କାଲିଠୁ ଗଡ଼ିବ ବସ, ଟ୍ୟାକ୍ସି
ଭୁବନେଶ୍ବର: ବସ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ଗଡିବ ସମସ୍ତ ବସ । ଆସନ୍ତା କାଲିଠାରୁ ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ । ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ ଗାଡି ଚଳାଚଳ ନିବିଘ୍ନରେ ଚାଲିବ । ରାଜ୍ୟ ଭିତରେ ଯାତ୍ରୀବାହୀ ବସ ଚଳାଚଳ କରିବ ।
ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଓ ଟ୍ୟାକ୍ସି ଗଡ଼ିବ ।
ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ଅନୁମତି ।
ବସ ସହ ଅଟୋ ରିକ୍ସା, ଓଲା, ଉବେର ଗାଡ଼ି ମଧ୍ୟ ଚାଲିବ ।
୪ ଚକିଆ ଓ ଅଟୋରେ ଚାଳକ ବ୍ୟତୀତ ୨ ଯାତ୍ରୀଙ୍କୁ ଅନୁମତି ।
୨୪ ଘଂଟିଆ ଅଟୋ ଓ କ୍ୟାବ ଚଳାଚଳକୁ ଅନୁମତି ।
ସିଟି ବସ ଚଳାଚଳ କରିବ ।
ଚାରିଚକିଆ ଗାଡ଼ିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାଇପାରିବେ ।
ବସରେ ଠିଆ ହୋଇ କେହି ଯାଇପାରିବେ ନାହିଁ । ଯେତିକି ସିଟ ସେତିକି ଲୋକ ଯାଇପାରିବେ ।
କୋଭିଡ଼ ଲକ୍ଷଣ ଥିଲେ ଗାଡ଼ିରେ ଯାତାୟାତ କରିବାକୁ ଅନୁମତି ମିଳିବ ନାହିଁ । ତେଣୁ ଲକ୍ଷଣ ଥିଲେ ତୁରନ୍ତ ୧୦୪କୁ ଫୋନ କରିବାକୁ ପଡ଼ିବ ।
ଗାଡ଼ିରେ ଯିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ ଦଣ୍ଡିତ ହେବେ ।
ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବେ ।
ଟ୍ରେନି ବି ଚାଲିବ:
ରାଜ୍ୟ-ରାଜ୍ୟ ମଧ୍ୟରେ ଟ୍ରେନ ଚଳାଚଳ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ରେଲୱେ ଏବଂ ଗୃହ ମନ୍ତ୍ରାଳୟର ଏସଓପି ଅନୁସାରେ ଟ୍ରେନ ଚାଲିବ ।
ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନବନ୍ଦରକୁ ୨୪ ଘଣ୍ଟିଆ ସେବା ।
ଯାତ୍ରୀ ଯିବା ଆସିବାରେ କୌଣସି ବାଧା ରହିବ ନାହିଁ ।


