ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଏସ୍ଡ଼ି ଶିବୁ ଲାଲ ଓ କୁମାରୀ ଶିବୁ ଲାଲ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ବୃତ୍ତି ପ୍ରଦାନ କରାଯାଉଛି । ଉଭୟ ସାଧାରଣ (୮୦%) ଓ ଦିବ୍ୟାଙ୍ଗ (୬୦%) ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଦାନ ବୃତ୍ତି ପ୍ରଦାନ କରାଯାଉଛି । ୨୦୧୯ ମାଟ୍ରିକ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ । ସେହିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୬୦% ନମ୍ବର ରଖିଥିବା ଜରୁରୀ । ମନୋନୀତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପାଇଁ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତି ପାଇବେ । ଯଦି ସମ୍ପୃକ୍ତ ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରନ୍ତି, ତେବେ ଡ଼ିଗ୍ରୀ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ୧୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ । ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁଲାଇ ୩୧ ତାରିଖ ୨୦୧୯ ପୂର୍ବରୁ ଙ୍ଗଙ୍ଗଙ୍ଗ.ଙ୍ଖସୟଚ୍ଚବୟଷବଦ୍ଭ.କ୍ଟକ୍ସଶ ୱେବ୍ସାଇଟ୍ରେ ଆବେଦନ କରିପାରିବେ । ସୂଚନାଯୋଗ୍ୟ ଯେ ଫାଉଣ୍ଡେସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଦେଶର ୧୩ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇ ସାରିଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାର ୧୦୦ଜଣ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇସାରିଛନ୍ତି । ସମ୍ପ୍ରତି ଏହି କାର୍ଯ୍ୟକ୍ରମ କେରଳ, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଗୋଆ ଏବଂ ଓଡ଼ିଶାରେ •ଲୁ ରହିଛି ।