ଅଡିଟିରେ ଧରାପଡିଲା ମଧ୍ୟାହ୍ନ ଭୋଜନ ମହାଘୋଟାଲା ଚାଉଳର ଧାର୍ଯ୍ୟ ମୂଲ୍ୟ ପୈଠ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍ ):ସରକାରଙ୍କ ତରଫରୁ ବିଦ୍ୟାଳୟମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ଅନିୟମିତତାକୁ ନେଇ ସ୍ୱତନ୍ତ୍ର ଅଡିଟିରୁ ଜଣାଯାଇଛି । ୧ ଏପ୍ରିଲ ୨୦୧୫ ଠାରୁ ୩୧ ଅକ୍ଟୋବର ୨୦୧୭ ପର୍ଯ୍ୟନ୍ତ ବିଦ୍ୟାଳୟମାନେ ଧାରସୁତ୍ରରେ ଆଣିଥିବା ଚାଉଳ ଫେରସ୍ତର କୌଣସି ସରକାରୀ ପ୍ରମାଣପତ୍ର ନାହିଁ । ଯାହା ସ୍ୱତନ୍ତ୍ର ଅଡିଟିରେ ଜଣାପଡିଲା ପରେ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ଦପ୍ତର ଚିଠି ନମ୍ବର ୬୪୫୭/ତାରିଖ ୨୨ ଜୁନ ୨୦୧୯ରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ତାଲିକାଭୁକ୍ତ ଥିବା ବିଦ୍ୟାଳୟ ଗୁଡିକ ଚାଉଳର ଧାର୍ଯ୍ୟ ମୂଲ୍ୟ କିଲୋ ଗ୍ରାମ ପିଛା ୨୮.୩୬ ଟଙ୍କାରେ ଜିଲ୍ଲା ମଧ୍ୟାହ୍ନ ଭୋଜନ ବ୍ୟାଙ୍କ ଆକାଉଂଟରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ତାଲିକାରେ ନାଉଗାଁ ବ୍ଳକର ସମୁଦାୟ ୬୩ଟି ବିଦ୍ୟାଳୟ ରହିଛି । ଏଥିରେ ଡାହାଣିଖିଆ ପ୍ରାଥମିକ ବିଦ୍ୟାଳୟର ୨୩୦ କିଲୋ, ଜାମୁଗାଁ ପ୍ରାଥମିକ ବିଦ୍ୟାଳୟର ୨୯୦କିଲୋ, ଗୋପବନ୍ଧୁ ସ୍ମାରକୀ ସରକାରୀ ହାଇସ୍କୁଲର ୬୮୮ କିଲୋ, ତିରୁଣା ଉଚ୍ଚ ପ୍ରାଥମିକର ୧୫ କିଲୋ, ତିୁରଣା ପ୍ରାଥମିକର ୯୩ କିଲୋ, ନନ୍ଦକିଶୋର ହାଇସ୍କୁଲର ୪୨୧ କିଲୋ, ବିଚିତ୍ରା ନୋଡାଲ(ବି.ଏନ) ଉଚ୍ଚ ପ୍ରାଥମିକର ୨୦୫ କିଲୋ, ନୟାସିଙ୍ଗଡା ପ୍ରାଥମିକର ୯୦ କିଲୋ, ଚକୁଳିପଡାର ୧୫୮କିଲୋ, ଉର ପ୍ରାଥମିକର ୫୮ କିଲୋ, ଓଷକଣା ଉଚ୍ଚ ପ୍ରାଥମିକର ୬୨ କିଲୋ, ହରେକୃଷ୍ଣ ଉଚ୍ଚ ପ୍ରାଥମିକର ୪୧ କିଲୋ, ସୁଦକଣ୍ଠି ପ୍ରାଥମିକର ୫୩ କିଲୋ, ହରିଶପୁର ପ୍ରାଥମିକର ୧୧୨ କିଲୋ, କୋରୁଅ ପ୍ରାଥମିକର ୯୯୫, ପିକେ ସରକାରୀ ଉଚ୍ଚ ପ୍ରାଥମିକର ୧୨୫୪, ସୁଆକଣ ପ୍ରାଥମିକର ୭୩ କିଲୋ, କଂଟୁଣିଆ ନୋଡାଲ ସ୍କୁଲର ୧୬୩୭ କିଲୋ, ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୧୧୮୫ କିଲୋ, କଂଟୁଣିଆ ନୋଡାଲ ସ୍କୁଲର ୪୫୨କିଲୋ, ମଧୁପୁରସ୍ଥିତ ସରକାରୀ ସ୍କୁଲର ୪୧ କିଲୋ, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୧୫୦ କିଲୋ, ଘୋଡେଶ୍ୱର ଉଚ୍ଚ ପ୍ରାଥମିକ ୨୩୪ କିଲୋ,ଘୋଡାଂଶ ପ୍ରାଥମିକର ୧୧୬ କିଲୋ, ରୋହିଆ ପ୍ରାଥମିକର ୨୪୩ କିଲୋ,ନୁଆପରି ପ୍ରୋଜେକ୍ଟ ପ୍ରାଥମିକର ୭୫ କିଲୋ, ବେଣାପଡା ପ୍ରାଥମିକର ୧୦୨ କିଲୋ, ନୁଆଗାଁ ପ୍ରଂଚାୟତ ହାଇସ୍କୁଲର ୧୯୨ କିଲୋ, ମଠସାହି ପ୍ରାଥମିକର ୪୧ କିଲୋ, ଡେରିକି ପ୍ରାଥମିକର ୫୦ କିଲୋ, ମୁଣ୍ଡାଳୋ ପ୍ରାଥମିକର ୮୩ କିଲୋ, କୁଣ୍ଡିଗାଁସ୍ଥିତ ସରକାରୀ ପ୍ରାଥମିକର ୨୪୮ କିଲୋ, ସାଥି ଭଉଣୀ ପୂର୍ଣ୍ଣଚନ୍ଦ୍ର ବିଦ୍ୟାପିଠର ୩୦୭ କିଲୋ, ଅନନ୍ତପୁର ପ୍ରାଥମିକର ୯୧ କିଲୋ, କାଳିଦାସ ଉଚ୍ଚ ପ୍ରାଥମିକର ୫୪୮କିଲୋ, ଶିଖରଘାଟ ଉଚ୍ଚ ପ୍ରାଥମିକର ୧୩୫କିଲୋ, ଗୋପାଳଜିୟୁ ଉଚ୍ଚ ପ୍ରାଥମିକର ୭୨୩ କିଲୋ, ତେଂଟୋଇ ଉଚ୍ଚ ପ୍ରାଥମିକର ୧୦୨୦ କିଲୋ, ପୁରୁଣା ଭଟଣା ପ୍ରାଥମିକର ୧୨୫୦ କିଲୋ, ଗୋପାଳପୁର ପ୍ରାଥମିକର ୧୮୫୦ କିଲୋ, ଡାବର ପ୍ରାଥମିକର ୩୯୫୦ କିଲୋ, ଚାନ୍ଦଖାପାଟଣା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକର ୪୬୦୦ କିଲୋ, ରୋହିଆସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ୩୨୯୯ କିଲୋ, କୁଣ୍ଡେଶ୍ୱର ଉଚ୍ଚ ପ୍ରାଥମିକର ୬୨୦୦ କିଲୋ, କୁରିକି ପ୍ରାଥମିକର ୮୦୦ କିଲୋ, ଶାଳିଜଙ୍ଗା/ନଳାଙ୍ଗ ପ୍ରାଥମିକର ୬୦୦ କିଲୋ, କୋରଣିଆ ଉଚ୍ଚ ପ୍ରାଥମିକର ୭୫୫୦ କିଲୋ, ନଳାଙ୍ଗ ପ୍ରାଥମିକର ୧୨୫୦ କିଲୋ, ଅଲଣା-୨ ପ୍ରାଥମିକର ୩୦୦୦କିଲୋ,ବାଲିମଝିପଡା ପ୍ରାଥମିକର ୩୮୦୦, ଗୋବରୀ କୁଳ ପ୍ରାଥମିକର ୧୩୦୦, ଅରଖପାରୀ ପ୍ରାଥମିକର ୧୮୫୦ କିଲୋ, ତୋଟାପାଟଣା ପ୍ରାଥମିକର ୧୧୦୦ କିଲୋ, ଗଜରାଜପୁର ପ୍ରାଥମିକର ୩୯୦୦ କିଲୋ, ଶ୍ରୀ ନିଳକଣ୍ଠେଶ୍ୱର ବିଦ୍ୟାପୀଠର ୫୬୫୦ କିଲୋ, ଖଇରାଗଡ ପ୍ରାଥମିକର ୧୩୦୦ କିଲୋ, ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୫୯୫୦ କିଲୋ, ନାରିସିମା ପ୍ରାଥମିକର ୧୯୫୦କିଲୋ, ଗନ୍ଧଣ ପ୍ରାଥମିକର ୧୨୫୦ କିଲୋ, ଦାନ୍ତୁଆଳ ପ୍ରାଥମିକ ୬୫୦ କିଲୋ, ପାଟେଣିଗାଁ ପ୍ରାଥମିକ ୧୬୦୦ କିଲୋ, ଅଲଣାହାଟ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୭୫୦ କିଲୋ ରହିଥିବା ବେଳେ ସମୁଦାୟ ୯୧୩୧୦ କିଲୋ ଗ୍ରାମ ଚାଉଳ ହୋଇଛି । ଏହି ସମସ୍ତ ବିଦ୍ୟାଳୟର କିଲୋ ଗ୍ରାମ ପିଛା ୨୮.୩୬ଟଙ୍କା ହିସାବରେ ୨୫ଲକ୍ଷ ୮୯ ହଜାର ୫୫୧ଟଙ୍କା ୬୦ପଇସା ହେଉଛି । ଯାହାକୁ ପୈଠ କରିବାକୁ ବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ନାଉଗାଁ ବ୍ଲକରେ ମଧ୍ୟାହ୍ନ ଭୋଜନରେ ହେଉଥିବା ଘୋଟାଲା ପଦାକୁ ଆସିଥିବା ଚର୍ଚ୍ଚା ହେଉଛି । ଯଦି ଏହି ମଧ୍ୟାହ୍ନ ଭୋଜନକୁ ମଧ୍ୟାହ୍ନ ଭୋଜନ ପୋର୍ଟାଲ ଆଧାରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥାପନକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ ଅନେକ ଅନିୟମିତତା ପଦାକୁ ଆସିବ ବୋଲି ଆଲୋଚନ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ