ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ୭୦ତମ ବନ ମହୋତ୍ସବ ପାଳନ ଅବସରରେ ଜୁଲାଇ ୪ ତାରିଖ ଶ୍ରୀଗୁଣ୍ଡି• ଦିନ ପ୍ରାତଃ ୯ ଘଟିକା ସମୟରେ ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ତରଫରୁ ଏବଂ ସତ୍ୟନଗର ଲେଡ଼ିଜ୍ ଫୋରମ ତଥା ଓସେଡ଼ା ଅନୁଷ୍ଠାନର ସମ୍ପୂର୍ଣ୍ଣ ସହଯୋଗରେ ପରିବେଶ ସନ୍ତୁଳନ ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ସତ୍ୟନଗର ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ବିକାଶ ପରିଷଦ, ବାଣୀବିହାର ଶାଖାର ସଭାପତି ଲଡୁ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କର ସହାୟକ ବନ ସଂରକ୍ଷକ ଗୌର ଗୋପଳ ସି ଯୋଗଦେଇ ବୃକ୍ଷରୋପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣର ଆବଶ୍ୟକତାକୁ ଅତି ପ୍ରାଞ୍ଜଳ ଭାବରେ ଭାବେ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ କାମାକ୍ଷାପ୍ରସାଦ କର ବୃକ୍ଷର ସହନଶୀଳତା, ସାହାଯ୍ୟକାରୀ ଏବଂ ଉପକାରୀ ଗୁଣ ବିଷୟରେ ବର୍ଣ୍ଣନା କରି କହିଲେ ଯେ, ଗଛକୁ କାଟୁଥିବା ବ୍ୟକ୍ତିକୁ ଛାଇ ପ୍ରଦାନ କରୁଥିବା ବେଳେ ଗଛକୁ ଟେକା ଫୋପାଡ଼ୁଥିବା ପିଲାଙ୍କୁ ଫଳ ପ୍ରଦାନ କରିଥାଏ ଏବଂ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଉପକରଣ ଆମ୍ଭମାନଙ୍କୁ ପ୍ରଦାନ କରିଥାଏ । ତେଣୁ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ନନ୍ଦନ ବିହାର ବିକାଶ ପରିଷଦର ସଭାପତି ଗଣେଶ ପ୍ରସାଦ ମହାନ୍ତି (ଗଛ ମଉସା) ମଧ୍ୟ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ସତ୍ୟନଗର ଲେଡ଼ିଜ୍ ଫୋରମର ସମ୍ପାଦିକା ଅନୁରାଧା ଦାଶ ଏବଂ ଓସେଡ଼ାର ନିର୍ଦ୍ଦେଶିକା ରିଭା ମହାନ୍ତି ତାଙ୍କ ଅନୁଷ୍ଠାନର ପରିବେଶ ସୁରକ୍ଷା ପାଇଁ ହେଉଥିବା ବୃକ୍ଷରୋପଣ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏକାମ୍ର ପୁସ୍ତକ ମହୋତ୍ସବର ସମ୍ପାଦକ ଭାସ୍କର ଜେନା ବୃକ୍ଷ ନଷ୍ଟ କରୁଥିବା ଲୋକମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ‘ଗଛ ଥାନା’ ପ୍ରତିଷ୍ଠା କରିବାକୁ ଦାବି ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଲୋକନାଥ ପଣ୍ଡା, ସୁଶାନ୍ତ ମିଶ୍ର, ଡା. ତୁଷାରକାନ୍ତ ପଟ୍ଟନାୟକ, ପ୍ରତାପ କୁମାର ନାୟକ, କଲ୍ୟାଣ •ଟାର୍ଜୀ, ମଳୟ ମହାନ୍ତି, ଶ୍ରୀମତୀ ସୁଭଦ୍ରା ମିଶ୍ର, ସବିତା ଚମ୍ପତିି, ରାକ୍ଷୀ ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଭାରତ ବିକାଶ ପରିଷଦର ଉପସଭାପତି ମୃତ୍ୟୁଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସମଗ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ସଭା ପରେ ପରେ ଉଦ୍ୟାନରେ ବୃକ୍ଷ ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ