ଆବଶ୍ୟକ ଘୋଷଣା ପତ୍ର ଫାଇଲ କରୁଥିବା ଷ୍ଟାର୍ଟ-ଅପ୍ ନିବେଶକାରୀ ମାନଙ୍କୁମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ ବାବଦରେ ଯାଂଚ କରାଯିବନାହିଁ
• ନିବେଶକାରୀଙ୍କ ଅନୁଦାନ ଉତ୍ସ ଚିହ୍ନଟ ଲାଗି ଇ-ଭେରିଫିକେସନ ପ୍ରକ୍ରିୟା
• ଡିଡି ଚ୍ୟାନେଲ ମାନଙ୍କରେ ଷ୍ଟାର୍ଟ-ଅପ୍ ଗୁଡିକ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ
• ମେଗା-ନିର୍ମାଣକାରୀ ପ୍ଲାଂଟ ପ୍ରତିଷ୍ଠା ପାଇଁ ବିଦେଶୀ କମ୍ପାନୀକୁ ଆମନ୍ତ୍ରଣ କରିବେ
ସରକାର
• ଡିଡି ଚ୍ୟାନେଲ ମାନଙ୍କରେ ଷ୍ଟାର୍ଟ-ଅପ୍ ଗୁଡିକ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ
• ମେଗା-ନିର୍ମାଣକାରୀ ପ୍ଲାଂଟ ପ୍ରତିଷ୍ଠା ପାଇଁ ବିଦେଶୀ କମ୍ପାନୀକୁ ଆମନ୍ତ୍ରଣ କରିବେ
ସରକାରଆବଶ୍ୟକୀୟ ଘୋଷଣା ପତ୍ର ଫାଇଲ କରୁଥିବା ଏବଂ ସେମାନଙ୍କ ରିଟର୍ଣ୍ଣରେ ସୂଚନା ପ୍ରଦାନ କରୁଥିବାଷ୍ଟାର୍ଟ-ଅପ ଏବଂ ସେମାନଙ୍କ ନିବେଶକାରୀମାନଙ୍କୁ ମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ କ୍ଷେତ୍ରରେକୌଣସି ପ୍ରକାର ଯାଂଚର ସମ୍ମୁଖୀନ ହେବାକୁ ପଡିବ ନାହିଁ । “ଆଞ୍ଜେଲ କର” ବିଷୟକ ସମାଧାନନେଇ ଆଜି ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କଦ୍ୱାରା ପସ୍ଥାପିତ କେନ୍ଦ୍ର ବଜେଟ ୨୦୧୯-୨୦ରେ ଏହି ପ୍ରସ୍ତାବ ଦିଆଯାଇଛି ।ତାଙ୍କ ବଜେଟ ବକ୍ତବ୍ୟରେ ଅର୍ଥମନ୍ତ୍ରୀ କହିଲେ ଯେ, ନିବେଶକାରୀ ଏବଂ ମାନଙ୍କ ଅନୁଦାନର ଉତ୍ସକୁଚିହ୍ନଟ କରିବା ପ୍ରକ୍ରିୟାର ସମାଧାନ ଇ-ଭେରିଫିକେସନ ପ୍ରକ୍ରିୟା ଦ୍ୱାରା କରାଯିବ । ଏହାଦ୍ୱାରା ଷ୍ଟାର୍ଟ-ଅପ ଗୁଡିକ ପାଇଁ ସଂଗ୍ରହ କରାଯାଉଥିବା ଅନୁଦାନ ରାଶିଗୁଡିକ ପାଇଁ ଆୟକର ବିଭାଗ ଦ୍ୱାରାକୌଣସି ଯାଂଚ ପ୍ରକ୍ରିୟାର ଆବଶ୍ୟକତା ପଡିବ ନାହିଁ ।ମନ୍ତ୍ରୀ କହିଲେ ଯେ, ଷ୍ଟାର୍ଟ-ଅପ ଗୁଡିକର ବିଳମ୍ବିତ ଆକଳନ ଏବଂ ସେମାନଙ୍କ ସମସ୍ୟାର ସମାଧାନପାଇଁ ସେଂଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ (ସିବିଡିଟି) ଦ୍ୱାରା ସ୍ୱତନ୍ତ୍ର ପ୍ରଶାସନିକ ପଦକ୍ଷେପଗ୍ରହଣ କରାଯିବ । “ତଦାରଖକାରୀ ଅଧିକାରୀଙ୍କ ବିନା ଅନୁମୋଦନରେ କୌଣସି ଆକଳନକାରୀଅଧିକାରୀ ଏହି ଘଟଣାଗୁଡିକ କ୍ଷେତ୍ରରେ ଅନୁସନ୍ଧାନ ବା ଯାଂଚ ଯେପରି ନକରିପାରନ୍ତି ସେ ନେଇନିଶ୍ଚିତ କରାଯିବ,” ବୋଲି ସେ କହିଥିଲେ ।ଷ୍ଟାର୍ଟ-ଅପ ଗୁଡିକ କ୍ଷେତ୍ରରେ ଏହାର ପ୍ରତିଷ୍ଠା ଏବଂ କ୍ଷତି ଦୂର କରିବା ପାଇଁ କେତେ ଗୁଡିଏ ସର୍ତାବଳୀକୋହଳ କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ନିବେଶ ପାଇଁ ଆବାସିକ ଗୃହଗୁଡିକର ବିକ୍ରୟରୁଆସୁଥିବା ଆର୍ଥିକ ଲାଭ ପାଇଁ ସମୟ ସୀମା ୩୧.୦୩.୨୦୨୧କୁ ବୃଦ୍ଧି କରିବା ନେଇ ଏବଂ ଏହିଛାଡ ଲାଗି କେତେକ ସର୍ତାବଳୀ କୋହଳ କରିବା ପାଇଁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।ଡିଡି ଚ୍ୟାନେଲ ମାନଙ୍କରେ ଷ୍ଟାର୍ଟ-ଅପ ଗୁଡିକ ପାଇଁ ସ୍ୱତନ୍ତ୍ର ଟିଭି କାର୍ୟ୍ୟକ୍ରମଉପରୋକ୍ତ କର ସମ୍ବନ୍ଧୀୟ ଲାଭ ବ୍ୟତୀତ ଅର୍ଥମନ୍ତ୍ରୀ ମଧ୍ୟ ପ୍ରସ୍ତାବ ଦେଇଥିଲେ ଯେ ଡିଡି ଚ୍ୟାନେଲମାନଙ୍କରେ ଷ୍ଟାର୍ଟ-ଅପ ଗୁଡିକ ପାଇଁ ଏକ ବିଶେଷ କାର୍ୟ୍ୟକ୍ରମ ପ୍ରସାରଣ କରାଯାଉ । ଏହା ଫଳରେଷ୍ଟାର୍ଟ-ଅପ ଗୁଡିକର ପ୍ରୋତ୍ସାହନ କ୍ଷେତ୍ରରେ ଏକ ଭିତିଭୂମି ସୃଷ୍ଟି ହେବ, ସେମାନଙ୍କର ପ୍ରଗତି ନେଇଥିବା ସମସ୍ୟା ସମ୍ବନ୍ଧରେ ଆଲୋଚନା ହୋଇପାରିବ ଏବଂ ନିବେଶ, ଅନୁଦାନ ଓ କର ପ୍ରଦାନକ୍ଷେତ୍ରରେ ଯୋଜନା ପ୍ରସ୍ତୁତି ହୋଇପାରିବ । ଷ୍ଟାର୍ଟ-ଅପ ଗୁଡିକ ଦ୍ୱାରା ଏହି ଚ୍ୟାନେଲର ଡିଜାଇନ ଏବଂକାର୍ୟ୍ୟକାରିତା ପ୍ରସ୍ତୁତି କରାଯିବ ।ସୂର୍ୟ୍ୟୋଦୟ ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବଡ ଧରଣର ନିବେଶଅର୍ଥନୈତିକ ପ୍ରଗତି ଓ ମେକ ଇନ ଇଣ୍ଡିଆକୁ ବଳ ଦେବା ପାଇଁ ଅର୍ଥମନ୍ତ୍ରୀ କହିଛନ୍ତି ଯେ ସେମିକଣ୍ଡକ୍ଟର ଫାବ୍ରିକେସନ (ଏଫଏବି), ସୋଲାର ଫୋଟୋ ଭୋଲାଟିକ ସେଲ୍ସ, ଲିଥିୟମ ଷ୍ଟୋରେଜବ୍ୟାଟେରିଜ୍, ସୋଲାର ଇଲେକ୍ଟ୍ରିକଚାର୍ଜିଂ ଇନଫ୍ରାଷ୍ଟ୍ରକଚର, କମ୍ପ୍ୟୁଟର ସରଭର, ଲାପଟପ ଆଦିକ୍ଷେତ୍ରରେ ବଡ ଧରଣର ନିର୍ମାଣକାରୀ ପ୍ଲାଂଟ ପ୍ରତିଷ୍ଠା ପାଇଁ ସରକାର ସ୍ୱଚ୍ଛ ଓ ଦ୍ୱନ୍ଦ୍ୱିତାମୂଳକବିଡିଂ ପ୍ରକ୍ରିୟା ମାଧ୍ୟମରେ ବୈଶ୍ୱିକ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିବା ନେଇ ଏକ ଯୋଜନା ପ୍ରସ୍ତୁତକରିବ । ଏଥି ସହିତ ସରକାର ମଧ୍ୟ ସେମାନଙ୍କୁ ଆୟକର ଆଇନର ଧାରା ୩୫ ଏଡି ଅନ୍ତର୍ଗତନିବେଶ ଆଧାରିତ ଆୟକର ରିହାତି ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷ କର ସମ୍ବନ୍ଧିତ ଲାଭ ପ୍ରଦାନ କରିବେ ।


