କେନ୍ଦ୍ର ବଜେଟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା,ଏକବିଂଶ ଶତାବ୍ଦୀରେ ବିକାଶକୁ ତ୍ୱରାନ୍ୱିତ କରିବ

ଏହି ବଜେଟ ନୂତନ ଭାରତ ଗଠନରେ ୨୦୧୯-୨୦ କେନ୍ଦ୍ର ବଜେଟ ଏକ ପ୍ରମୁଖ ଭୂମିକା ନେବବୋଲି କହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି ।ସଂସଦରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବାର୍ଷିକ ବଜେଟ ଉପସ୍ଥାପନକରିବା ପରେ ଏହା ଉପରେ ଏକ ବିବୃତି ରଖି ଶ୍ରୀ ମୋଦୀ କହିଛନ୍ତି ଯେ, ଏହାଗରିବମାନଙ୍କ ମାନଦଣ୍ଡରେ ଉନ୍ନତି ଆଣିବା ସହ ଦେଶର ଯୁବ ଗୋଷ୍ଠୀକୁ ଏକ ସୁନେଲି ଭବିଷ୍ୟତ ପ୍ରଦାନ କରିବ ।ବଜେଟର ପ୍ରମୁଖ ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହିବଜେଟ ଦେଶର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ସହ ମଧ୍ୟବିତ ଜନସାଧାରଣଙ୍କସହାୟକ ହେବ । ବଜେଟଟି ଟିକସ ପ୍ରକ୍ରିୟାର ସରଳୀକରଣ କରିବା ସହିତ ଦେଶର, ଭିତିଭୂମିକୁ ଏକ ଆଧୁନିକ ରୂପ ଦେବ । ଦେଶର କୃଷି କ୍ଷେତ୍ରକୁ ଦଳାଇବାରେ ଏହାଦିଗଦର୍ଶନ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ପ୍ରଧାନମନ୍ତ୍ରୀ ବାର୍ଷିକ ବଜେଟକୁ ଏକ ଆଶାର ବଜେଟ ଭାବେ ବିବେଚନା କରିବା ସହଏହା ଏକବିଂଶ ଶତାବ୍ଦୀରେ ଦେଶର ବିକାଶଧାରାକୁ ତ୍ୱରାନ୍ୱିତ କରିବ ବୋଲି ସେକହିଛନ୍ତି ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶର ଗରିବ, କୃଷକ, ଦଳିତ ଓ ବଂଚିତଜନସାଧାରଣଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପନେଇଛନ୍ତି । ଆଗାମୀ ପାଂଚ ବର୍ଷ ଏଭଳି ସଶକ୍ତିକରଣ ଯୋଗୁଁ ସେମାନେ ଦେଶ ବିକାଶର କେନ୍ଦ୍ର ଭାବେ ବିବେଚିତ ହେବେ । ସେମାନଙ୍କ ଯୋଗୁଁ ଆଗାମୀ ପାଂଚ ବର୍ଷମଧ୍ୟରେ ଦେଶ ପାଂଚ ଲକ୍ଷ କୋଟି ଡଲାର ଅର୍ଥ ନୀତିର ସ୍ୱପ୍ନକୁ ସାକାର କରିବ ବୋଲିପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ