ନିରାଡ଼ମ୍ବର ଭାବେ ପାଳିତ ହେବ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପର୍ବ ନିରାଡ଼ମ୍ବର ଭାବେ ପାଳିତ ହେବ । ବିଏମ୍‌ସି ପକ୍ଷରୁ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି । ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଚଳିତ ବର୍ଷ ପାଳନ ହେବ ଶ୍ରୀ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ସାମାଜିକ ଦୂରତ୍ୱ ପାଳନ କରିବା ସହ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ କେବଳ ଶୀତଳଷଷ୍ଠୀ ନୀତିରେ ଦାୟିତ୍ୱ ରହିଥିବା ସେବାୟତମାନଙ୍କୁ ଅନୁମତି ଦିଆଯାଇଛି । ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡାଯିବ । ମନ୍ଦିର ପ୍ରଶାସନ, ବିଏମ୍‌ସି ଏବଂ ବିଭିନ୍ନ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ବୈଠକ ପରେ ନିଷ୍ପତ୍ତି ନେଇଛି ବିଏମ୍‌ସି । ସୂଚନାଯୋଗ୍ୟ, ଏଥର କରୋନା ପାଇଁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ସରକାର ଅନୁମତି ଦେଇନଥିଲେ । ଫଳରେ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଶୀତଳଷଷ୍ଠୀ ପାଇଁ ଅନୁମତି ମିଳିବ କି ନାହିଁ ଶ୍ରଦ୍ଧାଳୁଙ୍କ ମନରେ ଆଶଙ୍କା ଥିଲା । ତେବେ ସେବାୟତଙ୍କ ପକ୍ଷରୁ ପରମ୍ପରାଙ୍କ ବଞ୍ଚାଇବା ସହ ଶୀତଳଷଷ୍ଠୀ କରିବା ଲାଗି ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଗତ ବୁଧବାର ଏନେଇ ପ୍ରାଥମିକ ଆଲୋଚନା ହୋଇଥିଲା । ହେଲେ ଆଲୋଚନାରେ ବିଏମ୍‌ସି ଆଡିଶିନାଲ କମିଶନର ଅବନୀକାନ୍ତ ପଟ୍ଟନାୟକ ଲକ୍‌ଡାଉନ୍ ଓ କୋଭିଡ୍ କଟକଣାକୁ ଲକ୍ଷ୍ୟ କରି ଯାତ୍ରା ପାଇଁ ଅନୁମତି ଦେଇନଥିଲେ । ଫଳରେ ସେବାୟତ ଓ ନିଯୋଗ ସମିତି ସଦସ୍ୟ ବିଏମ୍‌ସି କମିଶନରଙ୍କୁ ଗତ ଗୁରୁବାର ଭେଟି ଏନେଇ ନିଷ୍ପତ୍ତି ନେବାକୁ କହିଥିଲେ । ଏହା ଉପରେ ବିଚାର ବିମର୍ଶ କରି ବିଏମ୍‌ସି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ