ସରକାରଙ୍କ ନୂଆ ନିୟମ ପରେ କ୍ୱାରାଣ୍ଟାଇନ୍ କେନ୍ଦ୍ର ଛାଡିଲେ ପ୍ରବାସୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ସରକାରଙ୍କ ନୂଆ ଗାଇଡ ଲାଇନ୍ ଫଳରେ ସମସ୍ତ କ୍ୱାରାଣ୍ଟାଇନ୍ ସେଣ୍ଟରର ନିୟମ ବଦଳି ଯାଇଛି । ୨୧ ଦିନ ବଦଳରେ ଏବେ ୧୪ ଦିନ ସଙ୍ଗରୋଧରେ ପ୍ରବାସୀ ମାନେ ରହିବେ ବୋଲି ଜଣାଯାଇଛି । ସରକାରୀ କ୍ୱାରାଣ୍ଟାଇନରେ ୭ଦିନ ଏବଂ ଘରେ ୭ଦିନ ସଙ୍ଗରୋଧରେ ରହିବାକୁ ନିୟମ ହୋଇଛି । ଏସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ତରଫରୁ ଚିଠି ନଂ-୬୭୯୬/ତା-୨୪-୫-୨୦ ରିଖରେ ଆଦେଶନାମା ପ୍ରକାଶ ପାଇବା ପରେ ବନ୍ତ ବ୍ଲକ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ବିଡିଓଙ୍କ ସ୍ୱାକ୍ଷରରେ ଅନ୍ତେବାସୀ ମାନଙ୍କୁ ଡିସ୍‌ଚାର୍ଯ ଅର୍ଡର ଏବଂ ଘରେ ସଙ୍ଗରୋଧ ଗୃହ ପାଇଁ ନିଷିଦ୍ଧାଞ୍ଚଳ ଲେଖାଯାଇଥିବା ଏକ କାଗଜ ସରପଞ୍ଚ ମାନଙ୍କ ଦ୍ୱାରା ଦିଆଯାଇ ଘରକୁ ଛାଡି ଦିଆଯାଇଥିଲା । ଅନ୍ତେବାସୀ ମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାର ଅବିକଳ ନକଲ ସଂଗ୍ରହ ସରପଞ୍ଚ ମାନଙ୍କ ଦ୍ୱାରା କରାଯାଇଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ଘୋଷଣା ମୁତାବକ ଅନ୍ତେବାସୀ ମାନଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବନ୍ତ ବ୍ଲକର ୨୫ ଗୋଟି ଗ୍ରାମ ପଞ୍ଚାୟତର ରବିବାର ରାତି ଏବଂ ସୋମବାର ସକାଳୁ ଟିଏମସି ନିକଟରେ ଅନ୍ତେବାସୀ ମାନଙ୍କୁ ନେଇଯିବା ନିମନ୍ତେ ସଂପର୍କୀୟ ମାନଙ୍କ ଭିଡ ଜମିଥିବା ଦେଖାଯାଇଥିଲା । ଅପରପକ୍ଷେ ସରକାରୀ ସଙ୍ଗରୋଧରୁ ଯେଉଁ ଅନ୍ତେବାସୀ ମାନେ ଗାଁକୁ ଫେରିଛନ୍ତି ସେମାନେ ଘରେ ସଙ୍ଗରୋଧରେ ନରହି ଗାଁରେ ଖୁଲମଖୁଲା ବୁଲୁଥିବା ଦେଖିବାକୁ ମିଳିଛି । ଏହା ଗ୍ରାମବାସୀ ମାନଙ୍କ ଚିନ୍ତା ବଢାଇବା ସହିତ ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବିଭିନ୍ନ ମହଲରେ ଅଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ