୮୯ତମ କେନ୍ଦ୍ରୀୟ ବଜେଟ୍ ସ୍ୱାଗତଯୋଗ୍ୟ – ଶେଖର ବିଶ୍ୱନାଥନ୍
ସଂସଦରେ ଉପସ୍ଥାପିତ ହୋଇଥିବା ୮୯ତମ କେନ୍ଦ୍ରୀୟ ବଜେଟ୍ ବେଶ୍ ସ୍ୱାଗତଯୋଗ୍ୟ ବୋଲି ଟୟୋଟା କିଲୋସ୍କର ମୋଟରର ଉପସଭାପତି ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶେଖର ବିଶ୍ୱନାଥନ୍ ପ୍ରକାଶ କରିଛନ୍ତି । ବଜେଟ୍ରେ ଯୋଗାଯୋଗ ବ୍ୟବସ୍ଥା ତଥା ଭିତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ଦ୍ୱାରା ଗ୍ରାମୀଣ ତଥା ସହର ବଜାରର ବିକାଶ ସମ୍ଭବ ହୋଇପାରିବ । ସେହିପରି ରାସ୍ତା ନିର୍ମାଣକୁ ପ୍ରାଥମିକତା ଦିଆଯିବ ଦ୍ୱାରା ପରିବହନରେ ଉଲ୍ଲେଖନୀୟ ସଫଳତା ମିଳିପାରିବ । ଫଳରେ କାରବାର ବୃଦ୍ଧି ହେବାର ସମ୍ଭାବନା ରହିବ । ସେହିପରି ଅଟୋ ସେକ୍ଟର ଉପରେ ସକାରାତ୍ମକ ପ୍ରଭାବ ଅନୁଭୁତ
ହେବ । ଶିଳ୍ପ ସଂସ୍ଥାଗୁଡ଼ିକୁ ବ୍ୟାଙ୍କର ସହାୟତା ମିଳିପାରିବ । ଶ୍ରମ ଆଇନରେ ସଂଶୋଧନ ପ୍ରସ୍ତାବ ଦ୍ୱାରାଶ୍ରମିକ ସମସ୍ୟାର ସଫଳ ସମାଧାନ ସମ୍ଭବ ହୋଇପାରିବ । ସ୍ୱଚ୍ଛ ଓ ସବୁଜ ପରିବେଶ ପ୍ରୟାସ ଦ୍ୱାରା ଇଲେକ୍ଟ୍ରିକ୍ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ପେଟ୍ରୋଲ ଡିଜେଲ ବ୍ୟବହାର କମି ପ୍ରଦୂଷଣ ହ୍ରାସ ପାଇବ । ବଜେଟର ଟିକସ ପଲିସି ଏଭଳି ଯାନ
ନିର୍ମାଣରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଏହାଦ୍ୱାରା ବିଭିନ୍ନ ସହରର ବାୟୁମଣ୍ଡଳରେ କାର୍ବନ ଇମିସନ ପରିମାଣ ହ୍ରାସ ପାଇବ । ଭବିଷ୍ୟତର ସ୍ୱଚ୍ଛ ଏବଂ ପ୍ରଭାବଶାଳୀ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ଗ୍ରାହକ ଏବଂ ବଜାର ଉପରେ ସକାରାତ୍ମକ ପ୍ରଭାବ ଅନୁଭୁତ ହେବାର ଆଶା ରହିଛି । ଗ୍ରାହକ ପରିବେଶ ପ୍ରଦୂଷଣ ମୁକ୍ତ ଯାନକୁ ଅଧିକ ପସନ୍ଦ କରିବା ସହିତ ଏଭଳି ଜ୍ଞାନକୌଶଳର ଚାହିଦା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିବ ବୋଲି ଟୟୋଟା କିଲୋସ୍କର ମୋଟରର ଉପସଭାପତି ତଥା ପୂର୍ଣକାଳୀନ ନିର୍ଦ୍ଦେଶକ ଶେଖର ବିଶ୍ୱନାଥନ୍ ସୂଚନା ଦେଇଛନ୍ତି ।


