ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସରେ ଗରିବଙ୍କୁ ରେସନ ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳାଖେମୁଣ୍ଡି ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ତିରୋଧାନ ଦିବସରେ ଗଜପତି ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ ଗରିବ ମାନଙ୍କୁ ରେସନ ବଣ୍ଟନ କରିଛନ୍ତି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ କବିଚନ୍ଦ୍ରସାହି ଠାରେଥିବା “ଜୟ ଅଫ ଗିଭିଙ୍ଗ ଚାରିଟେବୁଲ ଟ୍ରଷ୍ଟ” କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ଅବସରରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସ୍ମୃତିଚାରଣ କରାଯାଇ ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ସେବା କରନ୍ତୁ ବୋଲି ବିଜେଡିର ବରିଷ୍ଠ ନେତା ବସନ୍ତ ଦାସ, ବିଜେଡି ନେତ୍ରୀ ଶାନ୍ତିଲତା ଜେନା, ବିଜେଡି ନେତା ଭି.ଏସ୍‌.ଏନ୍‌. ରାଜୁ, ବିଜୟ କୁମାର ପ୍ରମୁଖ ଆହ୍ୱାନ ଦେଇଥିଲେ । ଏହାପରେ “ଜୟ ଅଫ ଗିଭିଙ୍ଗ ଚାରିଟେବୁଲ ଟ୍ରଷ୍ଟ”ର ମୁଖ୍ୟ ନିହାର ରଂଜନ ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିର ବରିଷ୍ଠ ନେତା ବସନ୍ତ ଦାସ, ବିଜେଡି ନେତ୍ରୀ ଶାନ୍ତିଲତା ଜେନା ପ୍ରମୁଖ ୨୦ଜଣ ଗରିବ ମହିଳାଙ୍କୁ ସାମାଜିକ ଦୂରତା ରକ୍ଷା କରି ରେସନ ଓ ପ୍ରତ୍ୟେକଙ୍କୁ ୨୦୦ଟଙ୍କା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ