ସର୍ବଭାରତୀୟସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ମୁକୁଟ ହାସଲ କଲେ ଜାନଭୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସର୍ବଭାରତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଗଜପତିର ଜାନଭି ସଫଳତା ହାସଲ କରି ସମଗ୍ର ଓଡ଼ିଶା ପାଇଁ ଗୌରବର କାରଣ ହୋଇଛନ୍ତି.   ନୂଆଦିଲ୍ଲୀ-ଏନ୍‌ସିଆର୍‌ସ୍ଥିତ ହାୟାତ୍ ସେଣ୍ଟ୍ରିକ୍‌ରେ ଆୟୋଜିତ ‘ମିସ୍ ଦିଭା ଏକ୍ସିଲେନ୍ସ-୨୦୨୬’ ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଜାନଭି ଜେନା  ବିଜୟୀ ହୋଇ ମୁକୁଟ ହାସଲ କରିଛନ୍ତି। ଏହି ଅବସରରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସଲମାନ ଖୁସିଦଙ୍କ ସମେତ ଫ୍ୟାସନ୍ ଓ ଅନ୍ତର୍ଜାତୀୟ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଉପସ୍ଥିତ ଥିଲେ। ସେ ‘ଗ୍ଲାମ୍ ଗାଇଡାନ୍ସ ପ୍ରେଜେନ୍ସ ମିସ୍ ଇଣ୍ଡିଆ ୟୁନିଭର୍ସ-୨୦୨୧’,ମିସ୍ ସ୍ବାଗତିକା-2022 ‘ମିସ୍ ଷ୍ଟାର୍ ଆଇକନ୍‌-୨୦୨୩’, ‘ମିସ୍ କସ୍ତୁରୀ- ୨୦୨୪’, ‘ମିସ୍ ଆକ୍ଟିଭ୍-୨୦୨୫’ ও ‘ମିସ୍ ମୁକୁଟ ହାସଲ କରିସାରିଛନ୍ତି. ଫ୍ୟାସନେବଲ୍-୨୦୨୫’ ଭଳି କେବଳ ପେଜେଣ୍ଡ୍ରି ନୁହେଁ, ନୃତ୍ୟ, କଳା ଓ ଫ୍ୟାସନ୍ କ୍ଷେତ୍ରରେ ମଧ୍ୟ ଜାହ୍ନୁ ଜାହ୍ନଭୀ ସକ୍ରିୟ ରହିଛନ୍ତି । ପାରଳାଖେମୁଣ୍ଡିରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ଜାନଭୀଙ୍କ ଏହି ସଫଳତାକୁ ନେଇ ପରିବାର, ପରିଚିତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ତାଙ୍କର ଏହି ସଫଳତା ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ