ବାଇକ ଦୁର୍ଘଟଣା :ଝିଅର ବହି ଆଣିବା ମା’ ପାଇଁ କାଳ ହେଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ଝିଅର ବହି ଆଣିବା ମା’ ପାଇଁ କାଳ ହେଲା । ଏପରି ଏକ ଦୁର୍ଘଟଣାରେ ମା’ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଜି. ଉଦୟଗିରି ଥାନା ଅନ୍ତର୍ଗତ ପେ ନାଲା ଗ୍ରାମର ଅସିତ ପ୍ରଧାନଙ୍କ ସ୍ତ୍ରୀ ମେନକା ପ୍ରଧାନ (୩୫) ଦୁଇ ଝିଅ ଅଞ୍ଜଳି ଓ ହରପ୍ରିୟା ରାଇକିଆ କନ୍ୟାଶ୍ରମରେ ପଢୁଥିବା ବେଳେ ମା’ ମେନକା ଝିଅ ମାନଙ୍କ ପାଇଁ ବହି ଆଣିବା ସକାଶେ ରାଇକିଆରୁ ଏକ ବାଇକ cbz extrim ନମ୍ବର ଓଆର୍ ୧୨ ବି ୩୪୭୯ ଯୋଗେ ଯାଇ ବହି ଧରି ଫେରୁଥିବା ବେଳେ ଗୁତୁଗୁଡ଼ା ପାଖ ଏ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ଘଟଣା ସ୍ଥଳରେ ମେନକା ର ମୃତ୍ୟୁ ହୋଇଥିବା ଚାଳକ ଜାଣି ଘଟଣା ସ୍ଥଳ ଠାରୁ ପ୍ରାୟ ପାଖାପାଖି ୨୦୦ ମିଟର ଦୂର ଏକ ଜଙ୍ଗଲ ରାସ୍ତା ପାଖରେ ବାଇକ ଟିକୁ ଫୋପାଡି ଚାଳକ ସେଠାରୁ ଫେରାର ହୋଇଯାଇଥିଲା l ଖବର ପାଇ ଜି.ଉଦୟଗିରି ଥାନା ଅଧିକାରୀ ଧିରଜ କୁମାର ଲେଙ୍କା ଏବଂ ଏଏସଆଇ ସୁବାଷ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଛନଭିନ କରି ଘଟଣା ସ୍ଥଳ ର ୨୦୦ ମିଟର ଦୂର ଜଙ୍ଗଲ ରାସ୍ତା ପାଖରୁ ବାଇକଟିକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରହି ଥିବାବେଳେ ବାଇକଟି ଫୁଲବାଣୀ ଆଞ୍ଚଳିକ ପରିବହନ ଅନ୍ତର୍ଗତ ଓ ମିହିର ନାୟକଙ୍କ ବୋଲି ପୋଲିସ ଜାଣିପାରିଛି।ଏ ନେଇ ଜି.ଉଦୟଗିରି ଥାନା କେଶ ନମ୍ବର ୪୦/୨୦ ଦଫା ୨୭୯ ଓ ୩୦୪ ରେ ମକଦ୍ଦମା ରୁଜୁ କରି ତଦନ୍ତ ଦାୟିତ୍ୱ ଏଏସଆଇ ସୁବାଷ ଚନ୍ଦ୍ର ପ୍ରଧାନ ଙ୍କୁ ଦିଆାଇଥିବା ସୂଚନା ମିଳିଛି। ଫେରାର ବାଇକ ଚାଳକକୁ ପୋଲିସ ଗିରଫ କରିଥିବା ଓ ସେ ଚିକିତ୍ସାଧିନ ଥିବାରୁ ସବିଶେଷ ତଥ୍ୟ ମିଳିନଥିବା ନେଇ ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ