ଟାଟା ପ୍ରକଳ୍ପରେ କାର୍ଯ୍ୟରତ ପ୍ରଭାବିତ ଶ୍ରମିକମାନଙ୍କ ଜୀବିକାକୁ ପରିସ୍ଥିତିରେ କ୍ରମାଗତ ଭାବେ ଚାଲୁ ରଖିବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ୍) : ଟାଟା ପ୍ରକଳ୍ପରେ କାର୍ଯ୍ୟରତ ପ୍ରଭାବତି ଶ୍ରମିକମାନଙ୍କ ଜୀବନ ଜୀବିକାକୁ ଯେ କୌଣସି ପରିସ୍ଥିତିରେ କ୍ରମାଗତ ଭାବେ ଚାଲୁ ରଖିବା ଉଦ୍ଦେଶ୍ୟରେ ଟାଟା ପ୍ରକଳ୍ପ ପ୍ରଭାବତି ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଟାଟା ପ୍ରକଳ୍ପରେ ଦୀର୍ଘ ଦିନ ହେଲା କାର୍ଯ୍ୟରତ ପ୍ରଭାବିତ ଶ୍ରମିକମାନେ ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୭ ତାରିଖ ଗୁରୁବାର ସନ୍ଧ୍ୟାରେ ଫେରୋକ୍ରମ ପ୍ଲାଣ୍ଟ ପରିସରରେ ଟି.ଏସ୍.ଆଲୋୟସ୍ ଲିମିଟେଡ୍ରେ କାର୍ଯ୍ୟରତ କର୍ମଚାରୀମାନେ ଅତର୍କିତ ଭାବେ ସଂଘବଦ୍ଧ ହୋଇ ପ୍ଲାଣ୍ଟ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ଗାଳି ଗୁଲଜ ଏବଂ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ । ଆପଣଙ୍କ ଅବଗତ ନିମନ୍ତେ ଆମ୍ଭେମାନେ ଜଣାଇ ଦେବାକୁ ଚାହୁଁଛୁ ଯେ ପ୍ଲାଣ୍ଟ ପରିସରରେ ଉକ୍ତ ଦିନ ଘଟଣାରେ ଆମ୍ଭେ ପ୍ରଭାବିତ ଶ୍ରମିକମାନେ ଜଡିତ ନଥିଲୁ । ଆଜିର ପରିସ୍ଥିତିରେ ଆମ୍ଭେମାନଙ୍କ ପ୍ରତ୍ୟେକ ପରିବାରର ପ୍ରତିପୋଷଣ ପାଇଁ ସେମାନେ ଯେଉଁ କମ୍ପାନୀ ଉପରେ ନିର୍ଭର କରି ଆସୁଥିଲେ ତାହା ଆଜି ଅନ୍ଧକାରମୟ ହୋଇ ସଂପୂର୍ଣ୍ଣ ମାତ୍ରାରେ ବନ୍ଦ କରି ଦିଆଯାଇଛି । ଟାଟା କର୍ତ୍ତୃପକ୍ଷଙ୍କୁ ପ୍ରଶାସନ ମାଧ୍ୟମରେ ଯେତେଦିନ ପର୍ଯ୍ୟନ୍ତ ଟାଟା କମ୍ପାନୀର ସମସ୍ୟା ସ୍ଥାୟୀ ସମାଧାନ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଆମ୍ଭେ ଆମ୍ଭର ପରିବାର ଚଳାଇବା ପାଇଁ କଷ୍ଟସାଧ୍ୟ ହେଉଛି । ଏଣୁ ଯେଉଁ ସ୍ୱଳ୍ପ ବେତନ ଯୋଗାଇ ଦେଇ ଆସୁଛନ୍ତି ତାହାକୁ ପ୍ରଭାବତି ଶ୍ରମିକ ସଂଘ ପୂର୍ଣ୍ଣ ମାତ୍ରାରେ ସମର୍ଥିତ କରି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଜିଲ୍ଲା ପ୍ରଶାସନକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ