ମୂର୍ଚ୍ଛନା ଓ ଓକା ପକ୍ଷରୁ ବୈଶାଖୀ ମହୋତ୍ସବ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା-ଓଡ଼ିଶା )ପକ୍ଷରୁ ବୈଶାଖୀ ଉତ୍ସବ ଓ ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବକୁ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଓ ବାଗ୍ମୀ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ,ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ନିର୍ଦ୍ଦେଶକ ଅକ୍ଷୟ କୁମାର ସେଠୀ,ସମ୍ମାନୀତ ଅତିଥି ଭାବେ ଓଡିଶୀ ସଙ୍ଗୀତ ଗୁରୁ ପ୍ରଶାନ୍ତ କୁମାର ସାମଲ, ଅବସରପ୍ରାପ୍ତ ସୈନିକ ଅକ୍ଷୟ କୁମାର ନାଥ, ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତି ସଭାପତି ନଙ୍ଗୁଳି ବାବା, ବ୍ୟଙ୍ଗକବି ସମ୍ପଦ କୁମାର ରଥ, ଫେଷ୍ଟିଭାଲ ନିର୍ଦ୍ଦେଶକ ଅନିଲ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ଜାତୀୟ ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ବୈଶାଖୀ ମହୋତ୍ସବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସଙ୍ଗୀତ ମୂର୍ଚ୍ଛନା ଚ୍ୟାନେଲ ପ୍ରସ୍ତୁତି ଜଗନ୍ନାଥଙ୍କ ସୁନ୍ଦର ଭାବର ଗୀତ କ୍ୟାସେଟ୍ ଦେବଦାସୀ ସିଡି ଉନ୍ମୋଚିତ ହୋଇଥିଲା। ଏଥିରେ ଦୁଇ ଯୋଡ଼ି ଦିନେଶ ଓ ବସନ୍ତଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ହେଉଛନ୍ତି ସ୍ନିଗ୍ଧାମୟୀ ପଟ୍ଟନାୟକ। ଏହି ଉତ୍ସବରେ ଓଡ଼ିଶାରୁ ୫୦ ଜଣ ଓଡିଶୀ ନୃତ୍ୟଶିଳ୍ପୀଙ୍କୁ ଓକା ଦେବଦାସୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଏକଶହ ଜଣ ପ୍ରତିଭାଙ୍କୁ ଓଡ଼ିଶା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ମଞ୍ଚ ଉପସ୍ଥାପନାରେ ଗୀତିକାର ସୁଶାନ୍ତ କୁମାର ପରିଡ଼ା ଓ ଅନିଲ କୁମାର ବାରିକ କାର୍ଯ୍ୟନିର୍ବାହ କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ବିଜୟ କେତନ ସାହୁ, ପ୍ରଭାତୀ ନାୟକ, ମୋନାଲିସା ମୁଦୁଲି, ବବିନା ପଟ୍ଟନାୟକ, ଗାୟତ୍ରୀ ଗୀତାଞ୍ଜଳି ଦାସ ଓ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


