ହନୁମାନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା
ହାଟଡିହି (ଓ୍ବାଇଏନଏସ): ଭାତକରୁଆ ଗ୍ରାମରେ ହନୁମାନ ମନ୍ଦିର ନିର୍ମାଣ ପାଇଁ ଭୁମୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ ପ୍ରମୁଖ ଯୋଗଦେଇ ପୂଜାର୍ଚନା କରିବା ସହିତ ନଡ଼ିଆ ଭାଙ୍ଗି ଓ ଫିତା କାଟି ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ପାକୁଆ ମହାରଣା, ଘନଶ୍ୟାମ ଓଝା, ନାରାୟଣ ସ୍ୱାଇଁ, ଅଶୋକ ଖୁଣ୍ଟିଆ, ମନୋଜ ସ୍ୱାଇଁ, ଅଭିନ୍ନ ରାଉଳ, ଗୋବର୍ଦ୍ଧନ ଜେନା, ବିଜୟ ନାଇକ, ଉମାକାନ୍ତ ଜେନା, ଜଗନ୍ନାଥ ରାଉତ, ବାପି ମହାରଣା, ରଶ୍ମି ରଞ୍ଜନ ଜେନା, ମାନସ ଖୁଣ୍ଟିଆ, ରାଜେନ୍ଦ୍ର ସାହୁ, ଅକ୍ଷୟ ଜେନା, ରାମନାରାୟଣ ଓଝା, ଜଗନ୍ନାଥ ଗିରି, ଦୀପ୍ତି ରଞ୍ଜନ ସ୍ୱାଇଁ, ହିମାଂଶୁ ଖୁଣ୍ଟିଆ, ଲକ୍ଷ୍ମୀଧର ଖୁଣ୍ଟିଆ, ଜଗନ୍ନାଥ ବେହେରା, ଭାଗବତ ଜେନା, ଅନାଦି ସ୍ୱାଇଁ, ଉତ୍ସବ ଜେନା ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।


