ଯୋଗାଣ ବିଭାଗ ତରଫରୁ ରାସନ କାର୍ଡ ଧାରୀଙ୍କୁ ଡାଲି ବଣ୍ଟନ ଆରମ୍ଭ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଯୋଗାଣ ବିଭାଗ ତରଫରୁ କେନ୍ଦ୍ର ସରକାର ଙ୍କ ରିଲିଫ ଡାଲି ବଣ୍ଟନ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର କରୋନା ପାଇଁ ଲକଡାଉନ ଘୋଷଣା କରିବାପରେ ସମସ୍ତ ରାସନକାର୍ଡ ହିତାଧିକାରୀ ଙ୍କୁ ଆଗୁଆ ପିଡିଏସ ସାମଗ୍ରୀ ତିନି ମାସ ପାଇଁ ପ୍ରଦାନ କରିଥିବା ବେଳେ ବହୁଦିନ ଧରି ହିତାଧିକାରୀ ସେମାନଙ୍କ ପାଇଁ ପ୍ରଦାନ ହୋଇଥିବା ଡାଲିପାଇବାରେ ବିଳମ୍ବ ହୋଇଥିଲା । ବିଳମ୍ବରେ ହେଲେ ମଧ୍ୟ ସମସ୍ତ ରାସନକାର୍ଡ ହିତାଧିକାରୀ ଡାଲି ନେବାକୁ ନିଜର ରାସନକାର୍ଡ ଧରି ଡିଲର ମାଧ୍ୟମରେ ଡାଲି ଗ୍ରହଣ କରୁଥିବା ଦେଖାଯାଇଛି।ଖଜୁରୀପଡ଼ା ଲ୍ୟାମ୍ପ ପରିଚାଳନା ନିର୍ଦେଶକ କୃପାସିନ୍ଧୁ ସାହୁ, ପ୍ରଭାକର ମଲିକ ଚକ୍ରପାଣି ମୁଖି, ଭ୍ରମରବର ବେହେରା, ଲାଲ ବାହାଦୁର ବେହେରା ପ୍ରମୁଖ ଉପସ୍ଥିତ ରହି ଡାଲି ବଣ୍ଟନ ଆରମ୍ଭ କରିଥିବା ବିଷୟ କୃପାସିନ୍ଧୁ ସାହୁ ସୁଚନା ପ୍ରଦାନ କରିଛନ୍ତି l


