ବିଡି ପାଇଁ ଲମ୍ବା ଲାଇନ୍

ନୂଆଦିଲ୍ଲୀ : ଲକଡାଉନ୍ ଅବସରରେ ବିଭିନ୍ନ ସ୍ଥାନରେ ମଦ ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଏବେ ବି ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଅବଶ୍ୟ ଅନଲାଇନରେ ମଦ ବିକ୍ରି ବ୍ୟବସ୍ଥା କରାଯିବା ପରେ ମଦ ଦୋକାନ ଆଗରେ ଗହଳି କମିଛି। କିନ୍ତୁ ରାଜସ୍ଥାନରେ ସାଧାରଣ ବିଡି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସେଠାରେ ମଦ ବିକ୍ରି ପରେ ବିଡି, ସିଗାରେଟ, ପାନ ଏବଂ ତମାଖୁ-ଗୁଟୁଖା ବିକ୍ରି ଉପରେ ଲାଗିଥିବା ରୋକ୍ ଉପରେ କୋହଳ ଦେଖିବାକୁ ମିଳିଛି। ସୂଚନା ମୁତାବକ ଦୌସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେନ, ପ୍ଲେନ ଏବଂ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ପୋଲିସ କର୍ମଚାରୀ ସାମାଜିକ ଦୂରତା ପାଳନ କରିବାକୁ ପ୍ରୟାସ କରିବା ପରେ ମଧ୍ୟ ଲୋକମାନେ ଏକ୍ଷେତ୍ରରେ ଅଣଦେଖା କରିଛନ୍ତି। ଅନ୍ୟପଟେ ଧୂମପାନ କରୁଥିବା ଲୋକମାନେ ବିଡି କିଣିବା ପାଇଁ ଭିଡ ଜମାଇଥିବାର ନଜର ଆସିଛନ୍ତି। ଏହାପରେ ଗୋଦାମରେ ବିଡି ବିକ୍ରି କରୁଥିବା ଘଟଣାରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଭିଚଲ ଚର୍ତୁବେଦି ଲାଲସୋଟ ଏସଡିଏମଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ କରିବା ସହ ତତ୍କାଳ ବିଡି ବିକ୍ରି ବନ୍ଦ କରାଯାଇଥିଲା। ଲକଡାଉନରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ବାହାରେ ଲମ୍ବା ଲାଇନ ଦେଖିବାକୁ ମିଳିଛି କିନ୍ତୁ ରାଜସ୍ଥାନ ସରକାର ଗତ ମଙ୍ଗଳବାର ଦିନ ବିଡି ଏବଂ ଗୁଟୁଖା ଜର୍ଦା ଅନୁମତି ଦେଇଛନ୍ତି। ଏନେଇ ଦୌସା ଜିଲ୍ଲାର ଲାଲସୋଟରେ ବିଡି କିଣିବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଏହା ମାଧ୍ୟମରେ ଲୋକମାନେ ସାମାଜିକ ଦୂରତାକୁ ଫୁ କରିଥିବାର ନଜର ଆସିଛନ୍ତି। ସୂଚନା ମୁତାବକ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରୟାସ କରିଥିବା ବେଳେ ବିଡି କିଣିବା ପାଇଁ ଅଧିକ ଭିଡ ଜମିବାରୁ ଲୋକମାନେ ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତାକୁ ଅଣଦେଖା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ