ବ୍ରହ୍ମପୁର ବୋମାମାଡ଼ ଘଟଣାରେ ଆଉ ଜଣେ ଗିରଫ
ବ୍ରହ୍ମପୁର, (ଅନିଲ କୁମାର) ସ୍ଥାନୀୟ ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଳାଦ ନଗରରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଆଜି ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଗତ ୧୮ ତାରିଖ ଦିନ ବ୍ରହ୍ମପୁରର ପ୍ରହଲ୍ଲାଦ ନଗରରେ ସଂଗଠିତ ଏକ ଆକ୍ରମଣ ଘଟଣାକୁ ନେଇ ୧୯ ତାରିଖ ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ହୋଇ ବୋମା ମାଡ଼ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଉଭୟ ଗୋଷ୍ଠୀର ଜଣେ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟତମ ଅଭିଯୁକ୍ତ ରାମ ଜେନାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।


