ଜେଲରୁ ୨ କଏଦୀ ଚମ୍ପଟ

ଏଥୱା , ( ଯୁଗାବ୍ଦ ନ୍ୟୁଜ୍) : ଉତ୍ତରପ୍ରଦେଶ ଏଥୱା ଜିଲ୍ଲାରୁ ଦୁଇ କଏଦି ଜେଲରୁ ଚମ୍ପଟ ମାରିଥିବା ଜଣାପଡିଛି । ଦୁଇ କଏଦୀ ହତ୍ୟା ମାମଲାରେ ଦୀର୍ଘ ଦିନ ଧରି ସେମାନେ ହାଜତରେ ରହୁଥିଲେ । ହେଲେ ରବିବାର ଭୋର ସକାଳେ ଦୁଇ କଏଦୀ ଜେଲର ଲୁହା ରଡ ଭାଙ୍ଗି ୨ କଏଦୀ ଫେରାର ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି । ଦୁଇ କଏଦୀଙ୍କ ବର୍ତ୍ତମାନ ସୁଦ୍ଧା ଟେର ପାଇପାରିନି ପୋଲିସ । ରାମାନୁଜ ନାମକ ଜଣେ କଏଦୀ ଘଟଣା ଟ୍ରେନ ଯୋଗେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ କଏଦୀ ପ୍ରକାଶ ଚନ୍ଦ୍ରଙ୍କର କୈାଣସି ପତ୍ତା ମିଳିପାରିନାହିଁ । ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ