ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ –
ଆଜି ଗୋଟିଏ ଦର୍ପଣ ନିଜ କୂଳ ପୂରୋହିତଙ୍କୁ ଦାନ କରନ୍ତୁ ଶୁଭ ଖବର ମିଳିବ, ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ପିତୃମାତୃ ସ୍ବାସ୍ଥ୍ୟଚିନ୍ତା ବଢିବ॥
ବୃଷ –
କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ, କଳା କୁକୁରଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ॥
ମିଥିନ –
ଟଙ୍କପଇସାକୁ ନେଇ ଚିନ୍ତା ବଢିବ ଏବଂ କୌଣସି ଅଚାନକ ବ୍ୟୟ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ ସତର୍କ ରହିଥିବେ, ଆଜି କିଛି ଚୁଡାଗୁଡ ଗାଇକୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ॥
କର୍କଟ –
ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ହନୁମାନଙ୍କର ସାମ୍ନାରେ ଚାଳିଷା ପାଠକରି ଦିନ ଆରମ୍ଭ କରିବେ, ଆୟ କମିବ ବ୍ଯୟ ବୃଦ୍ଧି ହେବ ଓ ଭୁଲ ନିଷ୍ପତିର ଶିକାର ହେବେ, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ॥
ସିଂହ –
ଉଚ୍ଚ ଶିକ୍ଷାରେ ଋଚି ବଢିବ,ନୂଆନୂଆ କାର୍ଯ୍ୟପନ୍ଥା ଆପଣାଇ ସଫଳ ହେବେ, ନିଜ ଅଞ୍ଚଳରେ କୌଣସି ଜନହିତ କାର୍ଯ୍ୟରେ ଯୋଗଦେଇ ପ୍ରସଂଶିତ ହେବେ, କୌଣସି ଦ୍ରବ୍ୟ ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ॥
କନ୍ୟା –
ବ୍ୟବସାୟରେ କ୍ଷତି ସହିବେ ମାତ୍ର ନୂତନ ଗୃହନିର୍ମାଣ କରିବେ, ଅଚାନକ ଗୋଡପିଡା ହେବା କିମ୍ବା ଗଣ୍ଠିମଜ୍ଜା ପିଡାହେବା ଭଳି ସ୍ଥିତି ଉପୁଜିବ ଅଯଥା ଟଙ୍କା ବ୍ୟୟ ହେବ, ପୁଞ୍ଜିନିବେଶରୁ ଲାଭ ହେବ ମାତ୍ର ସ୍ବାସ୍ଥ୍ୟପ୍ରତି ସତର୍କ ରୁହିଥିବେ, ଶ୍ରୀ ବିଷ୍ଣୁ ଭଗବାନଙ୍କୁ ଅତିପ୍ରିୟ ତୁଳସି ଚଢାନ୍ତୁ ରିଷ୍ଠ ଖଣ୍ଡନ ହେବ॥
ତୁଳା –
ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ଅଯଥା ଭ୍ରମଣ କରି ସ୍ବାସ୍ଥ୍ୟ ବିଗିଡିବ ମାତ୍ର ଆଥିକ ସ୍ଥିତି ସ୍ବଛଳ ରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ॥
ବିଛା –
ରୋଗଶୋକ ଏବଂ ଆଶାପୁରଣ ନହେବା ଆଦି ରହିବ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ,
କର୍ମଚିନ୍ତା ବଢିବ, ସହକର୍ମି ସହିତ ମତାନ୍ତର ହେବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ ॥
ଧନୁ ରାଶି –
ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ଭୁଲ ନିଷ୍ପତି ନେଇ ଅପମାନିତ ହେବେ, ଅଶ୍ବତ୍ଥ ମୂଳରେ ଜଳ ଅର୍ପଣ କରନ୍ତୁ ଆର୍ଶିବାଦ ମିଳିବ॥
ମକର ରାଶି –
ଅଚାନକ ସୁ-ଖବର ପ୍ରାପ୍ତ ହେବ ମାତ୍ର ଆୟଠାରୁ ବ୍ୟୟ ବଢିବ,
ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ସରକାରି ସହାୟତା ପାଇବେ, ଦୁରଯାତ୍ରା କରନ୍ତୁ ନାହିଁ ଏବଂ ଯାନବାହାନ ଚଢନ୍ତୁ ନାହିଁ, ଭୋକିଲା ଜୀବଙ୍କୁ ଖାଇବାକୁ ଦିଅନ୍ତୁ॥
କୁମ୍ଭ ରାଶି –
ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ ଗୋଟିଏ ଲୁହାକଣ୍ଟା ପାଖରେ ରଖନ୍ତୁ, ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୂରୀ ॥
ମୀନ ରାଶି –
ଜମିବାଡି ସଙ୍କ୍ରାନ୍ତିୟ କିମ୍ବା ଯାନବାହାନ ଜନିତ କ୍ଷୟକ୍ଷତି ରହିବ ତେଣୁ ଆଜି ସତର୍କ ରହିଥିବେ, ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ବଢିବ ତେଣୁ ଭଗବାନଙ୍କୁ ସ୍ମରଣକରି ପ୍ରତି ମୂହୁର୍ତ୍ତ ଅତିବାହିତ କରିବା ନିହାତି ଜରୂରୀ, ଚାକିରିରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ