ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ସିଆରସିସି ବଦଳିବେ

ଛତ୍ରପୁର :ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସିଆରସିସି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୨୩୯ଟି ସିଆରସିସି ପଦବୀ ରହିଛି । ଏହି ସିଆରସିସି ମାନେ ପାଞ୍ଚ ବର୍ଷ କାମ କଲାପରେ ନିଜର ମୂଳ ଶିକ୍ଷକ ପଦବୀକୁ ଫେରି ଆସିଥାନ୍ତି । ଗତ ୩୧.୦୫.୨୦୧୯ ମଧ୍ୟରେ ୧୫୭ ସିଆରସିସିଙ୍କର ୫ବର୍ଷ କାର୍ଯ୍ୟକାଳ ପୁରି ଯାଇଛି । ତେଣୁ ସେହି ସ୍ଥାନ ଗୁଡିକରେ ନୂତନ ସିଆରସିସି ଦିଆଯିବ । ଏଥିପାଇଁ ପ୍ରତ୍ୟେକ ବ୍ଲକର ବିଇଓ ମାନଙ୍କୁ ତାଲିକା ମଗାଯାଇଥିଲା । ୨୨ଟି ବ୍ଳକରୁ ମୋଟ ୩୫୧ ଜଣଙ୍କର ନାମ ଆସିଥିଲା । ସେମାନଙ୍କୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଶିକ୍ଷାଶାସ୍ତ୍ର ସଂଯୋଜକ ଡଃ.ସନ୍ତୋଷ କୁମାର ପଣ୍ଡାଙ୍କ ସଂଯୋଜନାରେ ଭିଜନିଂ ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଭିଜନିଂ ଟେଷ୍ଟରେ ୩୫୧ ଜଣଙ୍କ ମଧ୍ୟରୁ ୩୦୭ ଜଣ ଯୋଗଦେଇ ଥିଲେ । ଟେଷ୍ଟ ଦେଇଥିବା ଶିକ୍ଷକ ମାନଙ୍କ ମଧ୍ୟରୁ ଏବେ ୧୫୭ ଜଣ ସିଆରସିସି ଭାବେ ନିଯୁକ୍ତି ପାଇବେ । ସେହି ପଦବୀରେ ପାଞ୍ଚ ବର୍ଷ ପୂରଣ କରିଥିବା ସିଆରସିସି ମାନେ ନିଜ ନିଜ ବିଦ୍ୟାଳୟକୁ ଫେରି ଆସିବେ । ଖୁବ କମ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ପ୍ରକ୍ରିୟାର ଶେଷ ଘଟିବ । ଏବେ ଆସିକା ବ୍ଲକରେ ୧୦ଜଣ,ବେଗୁନିଆପଡା ବ୍ଲକରେ ୬ଜଣ,ଭଂଜନଗରରେ ୮ଜଣ,ବେଲଗୁଣ୍ଠାରେ ୫ଜଣ,ବୁଗୁଡାରେ ୮ଜଣ,ଛତ୍ରପୁରରେ୮ଜଣ,ଚିକିଟିରେ ୧୦ଜଣ,ଧରାକୋଟରେ ୭ଜଣ,ଦିଗପହଣ୍ଡିରେ ୯ଜଣ,ଗଂଜାମରେ ୬ଜଣ,ହିଞ୍ଜିଳିକାଟୁରେ ଜଣେ,ଜଗନ୍ନାଥପ୍ରସାଦରେ ୫ଜଣ,କବିସୂର୍ଯ୍ୟନଗରରେ ୬ଜଣ,ଖଲିକୋଟରେ ୧୦ଜଣ,କୁକୁଡାଖଣ୍ଡିରେ ୭ଜଣ,ପାତ୍ରପୁରରେ ୭ଜଣ,ପୋଲସରାରେ ୫ଜଣ,ପୁରୁଷୋତ୍ତମପୁରରେ ୮ଜଣ,ରଙ୍ଗେଇଲୁଣ୍ଡାରେ ୯ଜଣ,ସାନଖେମୁଣ୍ଡିରେ ୪ଜଣ,ଶେରଗଡରେ ୯ଜଣ ଓ ସୋରଡାରେ ୯ଜଣ ନୂତନ ଭାବେ ନିଯୁକ୍ତି ପାଇବେ । ଏହାପରେ ୩୧.୦୫.୨୦୧୯ସୁଦ୍ଧା ୨୧ ଜଣ ସିଆରସିସି ଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାଳ ସରିବ । ଏହି ସ୍ଥାନ ମାନଙ୍କରେ ଏହି ଭିଜନିଂ ଟେଷ୍ଟର ବଳକା ଶିକ୍ଷକଙ୍କ ମଧ୍ୟରୁ ଦିଆ ଯିବ । ସମସ୍ତ ପ୍ରକ୍ରିୟା ଖୁବ କମ ଦିନ ମଧ୍ୟରେ ସରିବ ବୋଲି ବିଭାଗ ପକ୍ଷରୁ ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ