ବନ୍ଦେ ଉତ୍କଳ ଜନନୀ ଗାଇଲେ ଉତ୍କଳ ସନ୍ତାନ
ଭୁବନେଶ୍ୱର : ସାରା ରାଜ୍ୟ ଆଜି ଗାଇଲା ବନ୍ଦେ ଉତ୍କଳ ଜନନୀ । କୋଭିଡ଼ ଯୋଦ୍ଧାକୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆ ଭାଇଭଉଣୀମାନେ ବନ୍ଦେ ଉତ୍କଳ ଜନନୀ ଗାୟନ କରିଛନ୍ତି । ସଂଧ୍ୟା ସାଢେ଼ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ । ସେହିପରି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ବନ୍ଦେ ଉତ୍କଳ ଜନନୀ ଗାୟନ କରିଥିଲେ । ପୁଲିସ ଡିଜିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, କର୍ମଚାରୀ, କୋଭିଡ଼ ଯୋଦ୍ଧା ସମସ୍ତେ ଆଜି ତଲୀନ ହୋଇଯାଇଥିଲେ । ଦେଶ ବିଦେଶରେ ଆଜି ଗୁଞ୍ଜରିତ ହୋଇଥିଲା ବନ୍ଦେ ଉତ୍କଳ ଜନନୀ । ସାରା ଓଡ଼ିଶା ଆଜି ଏକାଠି ହୋଇ କୋଭିଡ଼ ଯୋଦ୍ଧାକୁ ସମ୍ମାନ ଜଣାଇଛନ୍ତି ।


