“ବନ୍ଦେ ଉତ୍କଳ ଜନନୀ” ଗାନ କଲେ ଜୟପୁରବାସୀ

ଜୟପୁର, (ଓ୍ୱାଇଏନ୍‌ଏସ୍‌):କୋବିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖମନ୍ତ୍ରୀ ନବୀନ ପଟନାୟକ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଅନୁରୋଧ କରିଥିଲେ।ସେଇ ଅନୁରୋଧ ରକ୍ଷା କରି କୋରାପୁଟ ଜିଲ୍ଲା ମୁଖ୍ୟ ଟ୍ରାଫିକ ଛକ ନିକଟରେ ପ୍ରଶାସନ ତରଫରୁ 5 ଟା 30 ମିନିଟ ସମୟରେ ସଙ୍ଗୀତ ଗାନ କରାଯାଇଥିଲା।ଏଇ କାର୍ଯ୍ୟକ୍ରମ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ପୌର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଏସ୍‌ଡ଼ିପିଓ ବିମଳ ବ୍ରହ୍ମାଙ୍କ ସହ ପୋଲିସ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଏସ୍‌ଏସ୍‌ଜି ଗ୍ରୁପ ସହ ସହରବାସୀ ସାମିଲ ହୋଇ ସଙ୍ଗୀତ ଗାନ କରି କରନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ