ସାମାଜିକ ଦୁରତ୍ଵ ରକ୍ଷା କରି ସାମୁହିକ ଗାନ ହେଲା ବନ୍ଦେ ଉତ୍କଳ ଜନନୀ

ରାଇକିଆ, (ପ୍ରଦୀପ କୁମାର ବେହେରା):କୋଭିଡ୍ ଯୋଦ୍ଧା ଙ୍କୁ ଉତ୍ସlହିତ କରିବା ଏବଂ ତ୍ୟାଗ କୁ ସମ୍ମାନ ଜଣାଇବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ରାଇକିଆ ବସ୍ ଷ୍ଟାଣ୍ଡ ଠାରେ ବନ୍ଦେ ଉତ୍କଳଜନନୀ ଗାନ କରାଯାଇ ଥିଲା । ଅପରାହ୍ନ ୫.୩୦ ବେଳେ ରାଇକିଆ ସହର ର ବିଭିନ୍ନ ବର୍ଗ ର ଲୋକେ ଏଥିରେ ସାମିଲ ହୋଇ ଗାନ କରିବା ସହ କୋଭିଡ୍ ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ଥିଲେ । କାର୍ଯ୍ୟକ୍ରମ ରେ ସାମାଜିକ ଦୁରତ୍ଵ କୁ ଗୁରୁତ୍ବ ଦିଆଯାଇଥିଲା । ସ୍ବେଚ୍ଛାସେବୀ,ସାମ୍ବାଦିକ, ରାଜନେତା, ଯୁବପିଢି ଯୋଗ ଦେଇଥିଲେ ।ଏଥି ସହ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ମାନଙ୍କ ରେ ମଧ୍ୟ ଯୋଦ୍ଧା ମାନଙ୍କୁ ସମ୍ମାନାର୍ଥେ ବନ୍ଦେ ଉତ୍କଳଜନନୀ ଗାନ କରାଯାଇ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ