ବିଶ୍ୱ ଦିବ୍ୟ ଜୀବନ ସଂଘର ନୂତନ ସଭାପତିଙ୍କୁ ଶୁଭେଚ୍ଛା
ବ୍ରହ୍ମପୁର : ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ କନିଷି ନିକଟସ୍ଥ ଦାସପୁର ଗ୍ରାମରେ ଏକ ଆଧ୍ୟାମିôକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଶ୍ୱ ଦିବ୍ୟ ଜୀବନ ସଂଘରେ ନୂତନ ଭାବେ ସଭାପତି ଦାୟିତ୍ୱ ନେଇଥିôବା ସ୍ୱାମୀ ଯୋଗ ସ୍ୱରୂପାନନ୍ଦ ସରସ୍ୱତୀ ମହରାଜଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସଦ୍ଗୁରୁ ସ୍ୱାମୀ ଶିବାନନ୍ଦ ଓ ଚିଦାନନ୍ଦଙ୍କର ମୁଖ୍ୟ ଉଦ୍ଦେଶ୍ୟକୁ ସମସ୍ତଙ୍କ ନିକଟରେ ପରିପ୍ରକାଶ କରିବା ତଥା ବିଶ୍ୱର କୋଣ ଅନୁକୋଣର ଯୁବପିଢ଼ୀମାନଙ୍କ ମାନସିକ ସ୍ତରରେ ଭଗବତ୍ ଚିନ୍ତନର ଆବଶ୍ୟକତା ହୃଦ୍ବୋଧ କରାଇବା ଲକ୍ଷ୍ୟକୁ ପୂରଣ କରିବାରେ ସଫଳ ହୁଅନ୍ତୁ ବୋଲି ଗୁୁରୁଦେବଙ୍କ ନିକଟରେ ପାର୍ଥନା କରାଯିବା ସହ ବିଶ୍ୱର କଲ୍ୟାଣ ନିମନ୍ତେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରାତଃ ସମୟରେ ଜୟଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ, ବିଶ୍ୱ ପ୍ରାର୍ଥନା, ହେ ପ୍ରଭୁ ଆନନ୍ଦଦାତା, ମହାମୃତ୍ୟୁଞ୍ଜୟ ମନ୍ତ୍ର, ସଫଳତା ମନ୍ତ୍ର, ଦେବୀ ମନ୍ତ୍ର ସହ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ଆଜି ଦିନର ମାହାତ୍ମ୍ୟରେ ସ୍ୱାମୀଜୀ କହିଥିଲେ ଯେ, ହେରା ପଞ୍ଚମୀ, ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ନିଜର ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । କିନ୍ତୁ ଶ୍ରୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିଲେ । ଏହାର ବହୁବିଧ କାରଣ ବିଭିନ୍ନ ଐତିହାସିକମାନେ ବିଭିନ୍ନ ପ୍ରକାର ବର୍ଣ୍ଣନା କରିଛନ୍ତି । ଶ୍ରୀଜୀଉଙ୍କ ମାନବୀୟ ଲୀଳାରେ ଓଡ଼ିଶାର ପରମ୍ପରା ଅନୁସାରେ ସେ ସମୟର ପ୍ରଚଳିତ ପ୍ରଥା ମୁତାବକ ଜନ୍ମବେଦୀରୁ ଗଠନ ହୋଇ ସୃଷ୍ଟି ହୋଇଥିବା ତିନି ମୂର୍ତ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ତେଣୁ ସେମାନେ ତିନିହେଁ ତାଙ୍କରି ଜନ୍ମବେଦୀକୁ ତଥା ମାଉସୀମା’ଙ୍କ ମନ୍ଦିରକୁ ଯିବା ଉଦ୍ଦେଶ୍ୟରେ ନବଦିନ ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ଶ୍ରୀଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପ୍ରତି ରୋଷ ଭାବ ନେଇ ନନ୍ଧିଘୋଷ ରଥ ନିକଟକୁ ଯାଇ ପ୍ରଭୂଙ୍କ ଅଜ୍ଞାତରେ ରଥର କିଛି ଅଂଶ ଭାଙ୍ଗି ଦେଇଥିଲେ । ଯାହାଫଳରେ ଶ୍ରୀଜଗନ୍ନାଥ ତାହାଙ୍କୁ ଉପଯୁକ୍ତ ଭାବେ ବୁଝି ଠିକ୍ ଭାବରେ ବୁଝାଇ ସମାଧାନ କରିପାରିଥିଲେ । ଯାହାଦ୍ୱାରା ସେହି କ୍ଷଣିକ ରୋଷ ମହା ଆନନ୍ଦରେ ପରିଣତ ହୋଇଥିଲା । ସେହି ଶିକ୍ଷା ସେ ଜଗତ୍ବାସୀଙ୍କୁ ଦେଉଛନ୍ତି ଯେ, ଯେ କୌଣସି ରାଗ, ରୋଷ, ଅଭିମାନ ଆଦି କ୍ଷଣିକ । ତେଣୁ ତାହାକୁ ହାଲୁକା ଭାବେ ଗ୍ରହଣ କରିବା ଦ୍ୱାରା ସହଜରେ ସମାଧାନ ହୋଇଥାଏ । କାର୍ଯ୍ୟକ୍ରମରେ ରାଧାକୃଷ୍ଣ ବେହେରା, ଗାୟତ୍ରୀ ବେହେରା, ବନବାସ ବେହେରା, ସମୀର ରଞ୍ଜନ ବେହେରା, କିଶୋର ଚନ୍ଦ୍ର ବେହେରା, ଚିରଞ୍ଜିବୀ ବେହେରା, କେମ୍ପା ବେହେରା,ଶାନ୍ତି ବେହେରା,ବିନତୀ ବେହେର. ସଚ୍ଚିତାରାଣୀ କର, କ୍ଷେତ୍ର ମୋହନ ବେହେରା, ଜାନଭୀ ବେହେରା, ମଙ୍ଗୁଳୁ ଗୌଡ଼, ବାସବା ରାଜୁଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିଲେ ।


