ନନ୍ଦନ ବିହାର କଲୋନୀରେ ୭୦ତମ ବନ ମହୋତ୍ସବ ଉଦ୍ଯାପିତ

ନନ୍ଦନ ବିହାର ୭୦ତମ ବନ ମହୋତ୍ସବ
ନନ୍ଦନ ବିହାର ୭୦ତମ ବନ ମହୋତ୍ସବ

ଭୁବନେଶ୍ୱର : ନନ୍ଦନକାନନ ରାସ୍ତାରେ ଥିବା ନନ୍ଦନ ବିହାର କଲୋନୀଠାରେ ୭୦ବମ ବନ ମହୋତ୍ସବର ଉଦ୍ଯାପନୀ ଆନନ୍ଦର ସହ ପାଳିତ ହୋଇଯାଇଛି । ନନ୍ଦନ ବିହାର ବିକାଶ ପରିଷଦ ଏବଂ ବରିଷ୍ଠ ନାଗରିକ କମିଟି ତଥା ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ତରଫରୁ ମିଳିଦତ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବନ ବିଭାଗର ସହାୟକ ବନ୍ୟ ସଂରକ୍ଷକ ସତ୍ୟବାନ ସାମନ୍ତରାୟ ଯୋଗଦେଇ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କିତ ସଚେତନତା ସଭାକୁ ଉଦ୍ଘାଟନ କରିବା ସହ ରାଜ୍ୟ ସରକାରଙ୍କର ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ ବ୍ୟାପକ ପରିମାଣରେ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରୁଥିବା ବିଷୟ ବର୍ଣ୍ଣନା କରି ମାଗଣାରେ •ରା ବଣ୍ଟନ କରାଯାଇ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଉଥିବା ଏବଂ ଜନସାଧାରଣ ଏହାର ସୁଯୋଗ ନେଇ ନିଜନିଜ ବାଡ଼ିବଗି• ଏବଂ ଖାଲିଥିବା ସ୍ଥାନମାନଙ୍କରେ ବୃକ୍ଷରୋପଣ କରି ତାହାର ଯତ୍ନ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ । ନନ୍ଦନବିହାର ବରିଷ୍ଠ ନାଗରିକ କମିଟିର ସଭାପତି ପ୍ରଫୁଲ୍ଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଭାରତ ବିକାଶ ପରିଷଦର ଉପଦେଷ୍ଟା ଲକ୍ଷ୍ମଣ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବୃକ୍ଷରୋପଣ ମହତ୍ୱ ଏବଂ ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଭାବେ କଳିଙ୍ଗ ବିହାର ଆବାସିକ ସମିତିର ପୂର୍ବତନ ସମ୍ପାଦକ ଗୌରାଙ୍ଗ ଚରଣ ନାୟକ (ସବୁଜ ଭାଇ) ଓସେଭୋ ଅନୁଷ୍ଠାନର ନିର୍ଦ୍ଦେଶିକା ରିଭା ମହାନ୍ତି, ଶିକ୍ଷାବିତ୍ ଓ ସଂଗଠକ ରାଜୀବ କୁମାର ପଣ୍ଡା, ବିପିୟୁଟିର ପୂର୍ବତନ କୁଳପତି ରତିକାନ୍ତ ମିଶ୍ର, ଗଜତସିଂହପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅନନ୍ତରାମ ପଣ୍ଡା, ପୂର୍ବତନ କର୍ପୋରେଟର କଳ୍ପନା ସାମଲ, ଭାରତ ବିକାଶ ପରିଷଦର ସମ୍ପାଦକ ପ୍ରମଥେଶ ମହାନ୍ତି, ଉପସଭାପତି ମୃତ୍ୟୁଞ୍ଜୟ ମହାନ୍ତ୍ି, ପ୍ରତାପ କୁମାର ନାୟକ, ମନୋରଞ୍ଜନ ମହାନ୍ତି, ସାମାଜିକ କର୍ମୀ କୁମାରୀ ସ୍ମିତା ପାତ୍ର ଓ ସୁପ୍ର୍ରିୟା କର ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କୁ •ରାବୃକ୍ଷ ପ୍ରଦାନ କରି ସ୍ୱାଗତ କରାଯିବା ସହ ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସମ୍ପାଦକ ଭାସ୍କର ଜେନା ଅତିଥି ପରିଚୟ ପ୍ରଦାନ ପୂର୍ବକ ନିଜର ବକ୍ତବ୍ୟରେ ବୃକ୍ଷ ରୋପଣ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ‘ଗଛଥାନା’ ପ୍ରତିଷ୍ଠା କରି ସେମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ଦାବି ଉପସ୍ଥାପନ କରିଥିଲେ । ପରେ ପରେ କାର୍ଯ୍ୟକ୍ରମର ପୁରୋଧା ନନ୍ଦନ ବିହାର ବିକାଶ ପରିଷଦର ସଭାପତି ଗଛ ମନୁଷ୍ୟ ଭାବେ ତଥା ‘ଗଛ ମଉସା’ ଭାବେ ପରିଚିତ ଗଣେଶ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସଭା ପରବର୍ତ୍ତୀ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ । ଶେଷରେ ପରିଷଦର ସମ୍ପାଦକ ଦେବାଶିଷ ମହାପାତ୍ର ତାଙ୍କ ଧନ୍ୟବାଦ ଅଭିଭାଷଣରେ କହିଲେ ଯେ, ଦିନକୁ ଜଣେ ମଣିଷ ୩ଟି ସିଲିଣ୍ଡରର ଅମ୍ଲଜାନ ଗ୍ରହଣ କରୁଥିବା ବେଳ ତାର ଜୀବନକାଳ ମଧ୍ୟରେ ପ୍ରାୟ କୋଟି କୋଟି ଟଙ୍କାର ଅମ୍ଲଜାନ ଗ୍ରହଣ କରୁଥିବାରୁ ଅମ୍ଲଜାନ ସୃଷ୍ଟି କାରଖାନା ବୃକ୍ଷର ରକ୍ଷଣା ବେକ୍ଷଣ ପାଇଁ କିଛି ଟଙ୍କା ଖର୍ଚ୍ଚ କରି ତାର ଯତ୍ନ ନେବାର ଆବଶ୍ୟକତା ରହିଛି । ସଭା ଅନ୍ତେ ନନ୍ଦନ ବିହାର ବିକାଶ ଅଞ୍ଚଳର ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା ଏବଂ ବିଶେଷ ଭାବେ ନନ୍ଦନ ବିହାରର ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛକୁ ପୋଷ୍ୟ ବୃକ୍ଷ ଭାବେ ଗ୍ରହଣ କରି ତାହାର ରକ୍ଷଣା ବେକ୍ଷଣ ପାଇଁ ଫ୍ରି ଗାର୍ଡ଼ ପାଇଁ ୧୫ ଟଙ୍କା ପ୍ରଦାନ କରିବା ସହ ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ ଯାହାକି ପ୍ରଣିଧାନଯୋଗ୍ୟ ତଥା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ । ସମଗ୍ର କାର୍ଯ୍ୟକ୍ରଟି ସମାଜସେବୀ ମନୋରଞ୍ଜନ ମହାନ୍ତିିଙ୍କ ସଂଯୋଜନାରେ ଏବଂ ନନ୍ଦନବିହାର କଲୋନୀ ବାସିନ୍ଦା ତଥା ବରିଷ୍ଠ ନାଗରିକମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ମହାସମାରୋହରେ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ