ଗଞ୍ଜାମ ସ୍ୱେଚ୍ଛାସେବୀ ୩୦ ଦିନଧରି ମାଗଣାରେ ପ୍ରବାସୀଙ୍କୁ ପରସୁଛନ୍ତି ନାନା କିସମର ଖାଦ୍ୟ
ଗଞ୍ଜାମ, (ଓ୍ବାଇଏନ୍ଏସ୍):ଲକଡାଉନ ପରବର୍ତ୍ତୀ ସମୟରେ ରାସ୍ତାରେ ଯାତାୟାତ କରୁଥିବା ଅସହାୟ ଓ ନିରାଶ୍ରୟ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଗଞ୍ଜମ ସହରର ଯୁବସ୍ୱେଚ୍ଛାସେବୀ ମାନେ । ଆଜକୁ ୩୦ଦିନ ହେବ ଜାତୀୟରାଜପଥ ରେ ଚାଲି, ଚାଲି, ଯାଉଥିବା, ସାଇକେଲ , ଓ ଟ୍ରକ , ବସରେ ଯାଉଥିବା। ପଥଚାରୀ, ରାଜ୍ୟବାହାରୁ ଫେରୁଥିବା ପ୍ରବାସି, ଓ ଅସ ହାୟ ପ୍ରବାସୀମାନଙ୍କୁ ପ୍ରତିଦିନ ରାନ୍ଧଖାଦ୍ୟ କୁଦିନ ଅଣ୍ଡା ତରକାରୀ, କେବେ ମାଛ, ସାଲେଟ, ଆଚାର, ଘାଣ୍ଟ, ଖେଚୁଡ଼ି, ଡାଲମା, ଖଟା ରୋଷେଇ କରିଦିଆଯିବା ସହ ପାଉଁରୁଟି, ଆଚାର, ବିସ୍କୁଟ, ପାନୀୟଜଳ ବୋତଲ ପ୍ରଦାନ କରିଆସୁଛନ୍ତି । ଏପରିକି ବହୁ ପ୍ରବାସୀଙ୍କୁ ଗାଡିକରି ସେମାନଙ୍କ ଅଞ୍ଚଳକୁ ପଠାଇଥିବାର ଦେଖାଯାଇଛି । ଆବଶ୍ୟକତା ଦେଖି ପ୍ରବାସୀଙ୍କୁ ଟୋପି, ଗାମୁଛା, ଲୁଗାପଟା ପ୍ରଦାନ କରିଛନ୍ତି ସ୍ୱେଚ୍ଛାସେବୀ ମାନେ ।ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଆଦିତ୍ୟ ମହାପାତ୍ର, ସରପଞ୍ଚ ସନ୍ତୋଷ ରେଡି, ସ୍ୱେଚ୍ଛାସେବୀ, ବସନ୍ତ କୁମାର ସାହୁ, ପ୍ରଭାତ ସାହୁ , ଉମାଶାଙ୍କର ଦାସ, ହରପ୍ରସାଦ ସାହୁ, ଲିଙ୍ଗରାଜ ପାତ୍ର, ପୂର୍ବତନ କାଉନସିଲର ଦୂର୍ଗା ମାଧଵ ପାଣିଗ୍ରାହୀ, ପୁରୁଷୋତ୍ତମ ପଣ୍ଡା, ସମ୍ବାଦିକ ବିନୋଦ ଚନ୍ଦ୍ର ପଲେଇ, ସ୍ୱେଚ୍ଛାସେବୀ ସୁନୀଲ କୁମାର ଗୌଡ଼, ନାରାୟଣ ଗୌଡ଼, ବିନୋଦ ଗୌଡ଼, ଅଶ୍ୱିନି ମହାପାତ୍ର, ମନୋଜ କାନୁନ ଗୋ, ଅନିଲ ମହାପାତ୍ର, ଉମେଶ ମହାନ୍ତି, ଲୋକନାଥ ମହାନ୍ତି, ପରମହାଙ୍ଗୁଡ଼, ଲୋକନାଥ ମହାନ୍ତି, ଗିରିଜା ଶଙ୍କର ପଣ୍ଡା ପ୍ରମୁଖ ପ୍ରତିଦିନ ରାନ୍ଧରାନ୍ଧି କରିବା ସହ ପ୍ରବାସୀଙ୍କୁ ଖାଇବା ଯୋଗାଇଥାନ୍ତି ।ଏହି ସ୍ୱେଚ୍ଛାସେବୀ ମାନଙ୍କୁ ଟୁନା ମହାନ୍ତି ପ୍ରତିଦିନ ଖାଦ୍ୟପେୟ ବଣ୍ଟନ ପାଇଁ ମାଗଣାରେ ଗାଡି ଓ ଅଣ୍ଡା ଯୋଗାଇଦେଇଥିବା ବେଳେ, ବଡବଜାର ବ୍ୟବସାହି ସଂଘ ସଭାପତି ଶଙ୍କର ବାରିକ, କାହ୍ନୁ ଚରଣ ପଣ୍ଡା, ଶିକ୍ଷାବିତ ରମେଶ ଚନ୍ଦ୍ର ପଟ୍ଟନାୟକ, ସ୍ୱେଚ୍ଛାସେବୀ ପ୍ରଫୁଲ୍ଲ ପାଢ଼ୀ , ମନୋଜ କୁମାର ପଣ୍ଡା,ଅଶୋକ କୁମାର ପଣ୍ଡା ମୋଚିରାମ ସାହୁ, ବଳିଆ ପଲେଇ, ସୁଶାନ୍ତ ପଣ୍ଡା, ମାଧଵ ରାଓ,ପ୍ରମିଳା ଶବର, ପ୍ରାବସି ଓଡ଼ିଆ ମିତାରଣୀ ଭୁଆଁ, ସଞ୍ଜିତା ପଣ୍ଡା, କୁଞ୍ଜବିହାରୀ ପଣ୍ଡା, ପ୍ରକାଶ ମୁଦୁଲି, ପ୍ରମୁଖ ରାନ୍ଧଖାଦ୍ୟ ପାଇଁ ସହଯୋଗ କରିଆସିଛନ୍ତି । ସୂଚନାଯୋଗ୍ୟ ସ୍ୱେଚ୍ଛାସେବୀ ମାନେ ବନ୍ୟା ହେଉ କି ବାତ୍ୟା, ଦୁର୍ଘଟଣା ହେଉ କି ଛୋଟ ,ନାବାଳିକା, ମାନସିକ ରୋଗୀଙ୍କୁ ଉଧାର କରିବା ଭଳି ବିଭିନ୍ନ କାର୍ଯ୍ୟ କରିଆସୁଥିବା ବେଳେ ବର୍ତ୍ତମାନର ପ୍ରବାସୀଙ୍କୁ ଖାଦ୍ୟ ବଣ୍ଟନ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


