ସ୍ୱାଧିନତା ଦିବସରେ ରିଲିଜ ହେବ “ମିଶନ ମଙ୍ଗଳ”
(ଯୁଗାବ୍ଦ ନ୍ୟୁଜ୍) , ଆଜି ରିଲିଜ ହୋଇଯାଇଛି ଫିଲ୍ମ “ମିଶନ ମଙ୍ଗଳ”ର ପ୍ରଥମ ଟିଜର । ଏଥିରେ ଦର୍ଶକ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ନୂଆ ଅବତାର ଦେଖିବାକୁ ପାଇଛନ୍ତିି । ୪୫ ମିନଟର ଏହି ଟିଜରଟି ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଭାରତ ମଙ୍ଗଳ ଗ୍ରହକୁ ପ୍ରଥମ ଯାନ ପ୍ରେରଣ କରିବା କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଚଳଚ୍ଚିତ୍ରରେ ଅକ୍ଷୟ ବୈଜ୍ଞାନିକ ରାକେଶ ଧାୱନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଡାର୍ଟି ଗାର୍ଲ ବିଦ୍ୟା ବାଲନ , ଆକ୍ସନ ଷ୍ଟାର ଅକ୍ଷୟ କୁମାର , ତାପସୀ ପା୍ନୁ, ଦବଙ୍ଗ ଗାର୍ଲ ସୋହ୍ନାକ୍ଷୀଙ୍କ ପ୍ରମୁଖଙ୍କୁ ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ଦେଖିବାକୁ ମିଳିଛି । ମିଶନ ମଙ୍ଗଳ” ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ ହେବାକୁ ଥିବାବେଳେ ଏହି ଦିନ ବିଗ ବଜେଟ ମୁଭି “ସାହୋ” ମଧ୍ୟ ରିଲିଜ ହେବାକୁ ଥିବାରୁ ବକ୍ସ ଅଫିସରେ ଏହାର ପ୍ରଭାବ ପଡିପାରେ ବୋଲି ସିନେ ସମୀକ୍ଷକ ମାନେ ଅନୁମାନେ କରୁଛନ୍ତି ।


