ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ୟୁନିଟ୯ ସ୍ଥିତ କାର୍ଯ୍ୟାଳୟ ଠାରେ ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ କରୋନା ଯୋଦ୍ଧା ସେବା କାର୍ଯ୍ୟକୁ ସମ୍ମାନ ଜଣାଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ସଂଗଠନର ସଭାପତି ଶିବ ନାରାୟଣ ମିଶ୍ର ଓ ସମ୍ପାଦିକା ସମିତା ମହାରଣାଙ୍କ ଉପସ୍ଥିତରେ ସଂଗଠନର ସଦସ୍ୟମାନେ ସମୂହ ଭାବେ ଗାନ କରିଥିଲେ । ପ୍ରାରମ୍ଭରେ ମତ ରଖି ସଭାପତି କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସ୍ୱାଗତଯୋଗ୍ୟ ତଥା ଏହି ପ୍ରକାର ଆହ୍ୱାନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ଏବଂ ଓଡ଼ିଶାର ଏହି ସଙ୍ଗୀତକୁ ରାଜ୍ୟ ସରକାର ରାଜ୍ୟର ସଙ୍ଗୀତ ଭାବେ ସ୍ୱୀକୃତି ଦିଅନ୍ତୁ । ଉକ୍ତ ମହାମାରୀରେ ସମର୍ପିତ ସେବା, ନିଷ୍ଠ ପାଇଁ ଏହି କାର୍ଯ୍ୟରତ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମ ପ୍ରତିନିଧି,ପ୍ରମୁଖଙ୍କ ସେବା ସବୁଦିନ ସ୍ମରଣ ରହିବ ବୋଲି ସମ୍ପାଦିକା ମତବ୍ୟକ୍ତ କରିବା ସହିତ କାନ୍ତକବିଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା, ସମାଜସେବୀ ସୀତାଂଶୁ ଶେଖର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ, କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ ସମସ୍ତେ ନିଜ ନିଜ ସ୍ତରରେ ରାଷ୍ଟ୍ର ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଦସ୍ୟ ପ୍ରଶାନ୍ତ କୁମାର ବାରିକ, ସମାଜସେବୀ ସୁରେନ୍ଦ୍ର କୁମାର ସାହୁ, ସାମ୍ବାଦିକ ମଦନ ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିବା ସହିତ ସଙ୍ଗୀତ ଗାନ କରିଥିଲେ । ଏହି ପ୍ରକାର ଅଭିଯାନ ନୂତନ ଆଶା ମନରେ ସଞ୍ଚାର କରିବ ବୋଲି ମତ ପ୍ରକାଶ ପାଇଥିଲା ।