ଡ଼କାୟତି ଘଟଣା ପର୍ଦ୍ଦାଫାଶ ,୧୧ଗିରଫ,୯ଟି ବାଇକ,ଖଣ୍ଡା ବନ୍ଧୁକ ଜବତ
ଶେରଗଡ଼, (ଦେବୀ ପ୍ରସାଦ ଦାଶ)ବନ୍ଧାଗୁଡା କୁଲାଗଡ଼ ରାସ୍ତାରେ ଗତ ୨୮ ତାରିଖ ବଡି ଭୋରରୁ ଛେଳି ବେପାରୀଙ୍କ ଠାରୁ ହୋଇଥିବା ଡ଼କାୟତ ଘଟଣା ରପର୍ଦ୍ଦାଫାଶ କରିଛି ବଡ଼ଗଡ଼ ପୋଲିସ।ଉକ୍ତ ଘଟଣାର ସମ୍ପୃକ୍ତି ଥୁବା ୧୧ଜଣଙ୍କୁ ବଡ଼ଗଡ ପୋଲିସ ଗିରଫ କରି ଆସିକା କୋର୍ଟକୁ ଚାଲାଣ କରିଛନ୍ତି।ସେମାନେ ହେଲେ ଖଣ୍ଡବନ୍ଧ ଗ୍ରାମର ଅନୀଲ ଡାକୁଆ,ଯାହାଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ଜେନା,ବଳରାମ ପୁର ଗ୍ରାମର ମିଲିକେସଁ ବେହେରା, ବାଟଶାସନର ଲଷ୍ମୀନାରାୟଣ ବେହେରା, ଜଗନାଥପୁର ଗ୍ରାମର ସୁଜିତ ବିଷୋୟୀ,ଢଉଗାଁ ର ରାଜେଶ୍ୱର ନାୟକ,ମଙ୍ଗଳପୁର ର ଶ୍ରୀକାନ୍ତ ଗୋୖଡ, ଡାକିବଜା ଗ୍ରାମର କବି ଗୋୖଡ,ବାଳିଗୋଛା ଗ୍ରାମର ବସନ୍ତ କୁମାର ବିଷୋୟୀ, ପାଳିଗୁମୁଳ ଗ୍ରାମର ଅମର ନାଥ ମୁନି,ମେଣ୍ଟିବାଉଁଶଗ୍ରାମର ଅରୁଣ ନାୟକଙ୍କୁ ଗିରଫ କରି ଆସିକା କୋର୍ଟକୁ ଚାଲାନ କରାଯାଇଛି। ସେମାନଙ୍କ ଠାରୁ ନଗଦ ୧୨ଲକ୍ଷ୫୯ହଜାର ୫୦୦ଟଙ୍କା ,୪ଟିବାଇକ,୮ଟିମୋବାଇଲ, ବନ୍ଧୁକ,ଖଣ୍ଡା ଜବତ କରାଯାଇଛି।ଘଟଣାର ପୃଷ୍ଠଭୂମି ହେଉଛି ଗତ ୨୮ରେ କେନ୍ଦୁପଲ୍ଲୀର ବାୟା ପାତ୍ର ବଡ଼ଗଡ଼ ଥାନାର ଦେବା ଏତାଲା ଏହିକି ଗତ ୨୭ରେ ମୁଁ ମୋର ସହଯୋଗୀ ଗଣେଶ ପାତ୍ର, ଏସ.ଭି ତ୍ରିପତି ପାତ୍ର ଭିଶାକପାଟଣା ଛେଳି ବଜାରରେ ଛେଳି ବିକ୍ରି କରି ୧୬ଲକ୍ଷ୮୦ହଜାର ଟଙ୍କା ଧରି ଇଚ୍ଛାପୁରରେ ରାତି ପ୍ରାୟ ୮ଟାରେ ପହଂଚିଲୁ।ଏବଂ ଡ଼ାକବାଜି ଗ୍ରାମର ଅଟୋ ଚାଳକ କବି ଗୋୖଡକୁ ଗିରିସଲା ଗେଟକୁ ଡାକିଲୁ।କବି ନିଜର ସହଯୋଗୀ ବସନ୍ତ କୁମାର ବିଷୋୟୀକୁ ଧରି କିଛି ଯୋଜନା କରି ପହଁଚିଲା। ବାୟା ,ଗଣେଶ ଓ ତ୍ରିପତି ଧରି ଅଟୋ ଡ୍ରାଇଭର କବି ଓ ତାର ସହଯୋଗୀ ବସନ୍ତ ଗିରିସଲା ରାସ୍ତାରେ ଦିଗପହଣ୍ଡି ରାସ୍ତା ହୋଇ ପ୍ରାୟ ୧୨ଟା ବେଳକୁ ବାଦଗଡ଼ କୁଲାଗଡ଼ ରାସ୍ତାରେ ଯାଉଥିବା ବେଳେ ୮ଜଣ ଡ଼କାୟତ ଦଳ ୪ଟି ବାଇକରେ ଖଣ୍ଡା ଓ ବନ୍ଧୁକ,ବାଉଁଶ ଠେଙ୍ଗାରେ ଆକ୍ରମଣ କରି ସମସ୍ତ ୧୬ଲକ୍ଷ୮୦ହଜାର ଟଙ୍କା ଲୁଟି ନେଇ ବନ୍ଧାଗୁଡା ରାସ୍ତାରେ ୮ଜଣ ଯାକ ଫେରାର ହୋଇଯାଇଥିଲେ। ଏହାପରେ ବଡ଼ଗଡ଼ ଫେରି ଧରାକୋଟ ଥାନାରେ ବାୟା ପାତ୍ର ଏତାଲା ଦେଇଥିଲେ ଗତ ୨୮ତାରିଖରେ।ଏହାକୁ ତଦନ୍ତ କରିବାକୁ ଯାଇ ଆସିକା ଏସ୍ଡିପିଓ ସୁର୍ଯ୍ୟମଣି ପ୍ରଧାନ ଦାୟିତ୍ବ ନେଇ ଆସିକା ,ଧରାକୋଟ, ବଡ଼ଗଡ଼ ,ସୋରଡାଥାନା ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।ଅଟୋ ଡ୍ରାଇଭର କବି ଓ ବସନ୍ତକୁ ଡାକି ପଚାର ଉଚରା ପରେ ସମସ୍ତ ଘଟଣାର ତଥ୍ୟ ପଦାକୁ ଆସିବା ସହ ଏହି ଦୁଇଜଣଙ୍କୁ ମିଶାଇ ମୋଟ ୧୧ଜଣଙ୍କୁ ନିଜ ଗ୍ରାମ ମାନଙ୍କରୁ ଗିରଫ କରିଥିଲା ବଡ଼ଗଡ଼ ଥାନା ଓ ଧରାକୋଟ ଥାନା ପୋଲିସ।ସମସ୍ତ ଗିରଫ ବ୍ୟକ୍ତିକୁ ନେଇ ବଡ଼ଗଡ ଥାନାରେ ମଙ୍ଗଳବାର ଦିନ ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ ,ଆସିକା ଏସ୍ଡିପିଓ ଓ ଚାରି ଥାନା ଅଧିକାରୀଙ୍କ ଉପସ୍ଥିତ ରେ ବଡ଼ଗଡ଼ ଥାନାରେ ଏହି ସୂଚନା ଦେବା ସହ ଗିରଫ ୧୧ଜଣଙ୍କୁ କୋର୍ଟକୁ ଚାଲାଣ କରିଛନ୍ତି।


