ଦକ୍ଷିଣକୋରିଆରୁ ଶୁଭିଲା “ବନ୍ଦେ ଉତ୍କଳ ଜନନୀ”

ଜଗନ୍ନାଥ ପ୍ରସାଦ(ଗଞ୍ଜାମ): କୋଭିଡ-19 କୁ ଦୂର କରିବା ପାଇଁ ଯେଉଁ କୋରନା ଯୋଦ୍ଧା ମାନେ ଆପ୍ରାଣ ଉଦ୍ୟମ କରି ଆସୁଛନ୍ତି ସେମାନଙ୍କ ଉଦେଶ୍ୟ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଇଥିଲା।ପୃଥିବୀର ବିଦେଶ ରେ ରହୁଥିବା ଓଡିଆ ମାନେ ମଧ୍ୟ ଗାନ କରିଥିଲେ ଏହି ଗୀତ କୁ।ସେହିପରି ଦକ୍ଷିଣ କୋରିଆରୁ ବି ଶୁଭିଥିଲା କାନ୍ତକବି ଲଷ୍ମୀ କାନ୍ତ ମହାପାତ୍ର ରଚିତ “ବନ୍ଦେ ଉତ୍କଳ ଜନନୀ”,ଏହାକୁ ଗାଇ ଥିଲେ ସୁଶ୍ରୀ ଅୟେସ୍କାନ୍ତ। ମହାନ୍ତି, ସେ ବର୍ତମାନ କୋରିଆର ଚୋନମ ଜାତୀୟ ବିଶ୍ୱବିଦ୍ୟାଳୟ ରେ କର୍କଟ ରୋଗ ଉପେର ଗବେଷଣା କରୁଛନ୍ତି।ସେ ଏକା ଧାରାରେ ଜଣେ ସଙ୍ଗୀତଜ୍ଞ, କଣ୍ଠ ଶିଳ୍ପୀ, ନୃତ୍ୟଶିଳ୍ପୀ, ବାଦ୍ୟଶିଳ୍ପୀ, ସମାଜସେବୀ ,,ଏଥି ପାଇଁ ସେ ଜିଲ୍ଲା ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ବହୁ ସଂମାନ ର ଅଧିକ।ରିଣୀ ହୋଇଛନ୍ତି ପ୍ରତିଭା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମହାମହିମ ରାଜ୍ୟପାଳ, ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ମଧ୍ୟ ପ୍ରଶଂସା ପତ୍ର, ଟ୍ରଫି ପାଇସାରିଛନ୍ତି।ଉଚ୍ଚତର ଗବେଷଣା ପାଇଁ ସେ ଦକ୍ଷିଣ କୋରିଆ ରେ ବର୍ତ୍ତମାନ ଗବେଷଣା ରତ।ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ର ଓଡ଼ିଆ ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ଓ ବିଜୟଲଷ୍ମୀ ମହାନ୍ତି ଙ୍କ କନ୍ୟାରତ୍ନ ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ