୪ର୍ଥ ବିଶ୍ୱ ଦକ୍ଷତା ଦିବସ ପାଳିତ

(ଯୁଗାବ୍ଦ ନ୍ୟୁଜ) ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରାମତରଙ୍ଗ ତରଫରୁ ୪ର୍ଥ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ଗୌଡଗୁଡା , କୋରାପୁଟ ଜିଲ୍ଲା ଶିମିଳିଗୁଡା ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ର ୪ର୍ଥ ବିଶ୍ୱ ଦକ୍ଷତା ଦିବସ ଆଞ୍ଚଳିକ ମହାନିର୍ଦ୍ଦେଶକ ଅଜୟ ଦ୍ୱିବେଦୀଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ ତଥା ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ସମେତ ୫୦ଜଣ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେକାର ଯୁବକ ଯୁବତାମାନେ ଅଳ୍ପ ସମୟ ମଧ୍ୟରେ ନିଜର ଇଚ୍ଛା ମୁତାବକ ଯେକୌଣସି ବିଷୟରେ ତାଲିମ ନେଇ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଏହି ଶିବିରରେ ଆଲୋଚନା କରାଯାଇଥିଲା । ସୁନାସାର ସାମଲ , ତାପ୍ତି ବିଶ୍ୱାସ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପନ୍ନ କରିଥିଲେ ।


