ଓଡିଶାକୁ କେନ୍ଦ୍ରର ୨୦୧୯-୨୦୨୦ ଆର୍ଥିକ ରେଳ ବଜେଟ

ଯୁଗାବ୍ଦ ନ୍ୟୁଜ୍ : ଓଡିଶାର ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ୨୦୧୯ -୨୦୨୦ ଆର୍ଥିକ ବର୍ଷରେ କେନ୍ଦ୍ର ବଜେଟରେ ଓଡିଶାକୁ ମିଳିଛି ଅନୁଦାନ । ଓଡିଶା ପାଇଁ ମୋଟ ପ୍ରାୟ ୬ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି କେନ୍ଦୀୟ ଅନୁଦାନରେ ନୂତନ ପ୍ରକଳ୍ପ ଓ ଓଭରବ୍ରିଜ ନିର୍ମାଣ କରାଯିବ । ସେଥି ମଧରୁ ଓଡିଶାର ଯାତ୍ରୀ ମାନଙ୍କ ସୁବିଧା ପାଇଁ ବଜେଟରେ ୧୮୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଭୂବନେଶ୍ୱର କୋଚ ଡିପୋରେ ୨ ଟି ଅଟୋ ମେଟିକ ପ୍ଲାଣ୍ଟ ଅନୁଦାନ ଦିଆଯାଇଛି । ବାଘୁଆପାଳ ଷ୍ଟେସନରେ ଫ୍ଲାଇଓଭର ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି । ସେହିପରି ଆଉ ୧୦ଟି ଫ୍ଲାଇଓଭର ନିର୍ମାଣ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା କରାଯାଇଛି ।ସେହିପରି ୫ ନୂଆ ପ୍ରକଳ୍ପ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା କରାଯାଇଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ସେହିପରି ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୨୫୦ କୋଟି, ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ ପାଇଁ ୪୦୦ କୋଟି ଟଙ୍କା ବଜେଟରେ ଘୋଷଣା କରାଯାଇଛି । ସେହିଭଳି ତାଳଚେର-ବିମଳାଗଡ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ରେଳ ଲାଇନ ପାଇଁ ୭୦ କୋଟି, ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ରେଳ ବଜେଟରେ ଘୋଷଣା ହୋଇଛି ।ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ ଡବଲ ଲାଇନ ପାଇଁ ୧୭୦ କୋଟି ଟଙ୍କା ବଜେଟରେ ଘୋଷଣା କରାଯାଇଛି । ଏହାସହ କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ସେହିଭଳି ଗହଳି ଦୂର କରିବା ପାଇଁ କଟକରେ ମାଲବାହୀ ଟ୍ରେନ ପାଇଁ ଫ୍ଲାଇଓଭର ନିର୍ମାଣ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ଯେଉଁ ପରି କୈାଣସି ଯାତ୍ରୀ ମାନଙ୍କର ଅସୁବିଧା ନହୁଏ ସେଥି ପ୍ରତି ଧ୍ୟାନ ଦେବା ସହ ଓ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ସେଥି ପ୍ରତି ସରକାର ରେଳ ବଜେଟରେ ଘୋଷଣା କେନ୍ଦ୍ରୀୟ ଅନୁଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ