ନିର୍ମାଣ ଶ୍ରମିକଙ୍କୁ ସରକାରୀ ସୁବିଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର (ଓ୍ବାଇଏନ୍ଏସ୍) : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଆଜି ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତ ରେ କାର୍ଯ୍ୟାଳୟ ରେ ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ସହ ମୃତ୍ୟୁକାଳିତ ଅନ୍ତେଷ୍ଟିକ୍ରିୟା, ଦୁରାରୋଗୀ ଚିକିତ୍ସା, ବିବାହ କାର୍ଯ୍ୟ, ପ୍ରସୂତି କାଳୀନ, ଶିକ୍ଷାବୃତି, ସାଇକେଲ, ଯନ୍ତ୍ରପାତି, ପକ୍କାଘର ଯୋଜନା ସମ୍ବନ୍ଧୀୟ ଶ୍ରମିକମାନଙ୍କ ସମସ୍ତ ପାଉଣା ଯଥାଶୀଘ୍ର ପ୍ରଦାନ କରାଯାଉ । କରୋନା ମହାମାରୀ ବିପଦ ସମୟରେ ନିର୍ମାଣ ଶ୍ରମିକଟିଏ ପରିବାର ଚଳାଇବା କଷ୍ଟ ହୋଇପଡ଼ିଛି । ତେଣୁ ୧୫୦୦ ଟଙ୍କା ବଦଳରେ ଏମାନଙ୍କୁ ଅଧିକ ସହାୟତା ପ୍ରଦାନ କରାଯାଉ । ଯେଉଁମାନେ ରିନୁଆଲ କରିନାହାନ୍ତି, ସେମାନଙ୍କୁ ଅଧିକ ତିନି ମାସ ରିନୁଆଲ କରିବା ପାଇଁ ସୁଯୋଗ ଦିଆଯାଉ । ଯେଉଁ ପଞ୍ଜିକୃତ ଶ୍ରମିକମାନଙ୍କ ୬୦ ବର୍ଷ ହୋଇଯାଇଛି, ସେମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉ ସମେତ ବହୁ ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଆଗରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ଭାରତୀୟ ମଜଦୂର ସଂଘ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ରନାଥ ନାୟକ, ଉପସଭାପତି ପ୍ରମୋଦ ଚନ୍ଦ୍ର ସାହୁ, ଶ୍ରମିକ ନେତା ବୃନ୍ଦାବନ ବେହେରାଙ୍କ ସମେତ ବହୁ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ