ଆସାମରୁ ବିମାନ ଯୋଗେ ଫେରିଲେ ୭୦ ଶ୍ରମିକ

ବୁଗୁଡା, (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ ଆସାମରେ ଫସି ରହିଥିବା ଖବର ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ଶ୍ରୀକାନ୍ତ ସାହୁଙ୍କ ନିକଟରେ ପହଁଞ୍ଚିବା ପରେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସାମରେ ଅସହାୟ ଅବସ୍ଥାରେ ଫସି ରହିଥିବା ୭୦ ଜଣ ଶ୍ରମିକଙ୍କୁ ଓଡିଶା ଫେରାଇ ଅଣାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ଶ୍ରମିକ ମାନେ ପହଞ୍ଚିବା ପରେ ବିଧାୟକ ଶ୍ରୀ ସାହୁ ସେଠାରେ ଉପସ୍ଥିତ ରହି ସ୍ୱତନ୍ତ୍ର ବସ ଯୋଗେ ଶ୍ରମିକ ମାନଙ୍କୁ ଗଞ୍ଜାମ ଜିଲ୍ଲାକୁ ଅଣାଯାଇ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏହି ସହଯୋଗ ପାଇଁ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀ ଓ ବିଧାୟକ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ