କରୋନା ସନ୍ଦିଗ୍ଧ ୭ ବର୍ଷର ନାବାଳକ ମୃତ୍ୟୁ
ଭବାନୀପାଟଣା, (ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲାରେ କରୋନା ସନ୍ଦିଗ୍ଧ ରେ ୭ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି। ମୃତ ନାବାଳକ ଜଣକ ନିଜ ପରିବାର ସହ କର୍ଲ।ମୁଣ୍ଡା ବ୍ଲକ ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେଣ୍ଟଇନରେ ଗତ ୮ ଦିନ ହେବ ରହିଥିଲା । ହେଲେ ଗତକାଲି ବାଳକଟିର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା କୋଭିଡ ହସ୍ପିଟାଲକୁ ନେବା ବାଟରେ ମୃତ୍ୟୁ ହୋଇଥିବା ବେଳେ କୋଭିଡ ନିୟମ ମୁତାବକ ଶବସତ୍କାର କରିଛନ୍ତି। ସେ ତେଲେଙ୍ଗାନା ଫେରନ୍ତା ବୋଲି ସୂଚନା ଥିବା ବେଳେ ତାହାର କଣ୍ଟାକ୍ ଟ୍ରେସିଂ କରୁଥିବା ଜିଲ୍ଲା ମୁଖ୍ୟ ଚିକିସ୍ୟଧିକାରୀ ସୂଚନା ଦେଇଛନ୍ତି।