ସଟଡାଉନ ପାଇଁ ଜାରି ହେଲା ପୁଲିସ ଗାଇଡଲାଇନ

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ କରାଯିବା ନେଇ ଘୋଷଣା କରାଯାଇଛି । ତେବେ ଆଜି ସପ୍ତାହରେ ଏହି ଦୁଇ ଦିନ ସଟଡାଉନ ସମ୍ପର୍କରେ ପ୍ରଥମେ ଏସଆରସିଙ୍କ ଗାଇଡଲାଇନ ପରେ କମିଶନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ କେଉଁମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ ସେନେଇ କମିଶନରେଟ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
୧- ମେଡିକାଲ, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ ।
୨- ପୁଲିସ ଦେଇଥିବା ପୁରୁଣା ପାସ ଦେଖାଇ ପାରିବେ ମେଡିସିନ ଷ୍ଟୋର ଷ୍ଟାଫ ।
୩- କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ ।
୪- ଟେଲିକମ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀ ଆଇଡି କାର୍ଡ ଦେଖାଇବେ ।
୫- ହୋମ ଡେଲିଭରି, ପାନୀୟ ଜଳ, ପରିମଳ ଓ ବିଦ୍ୟୁତ ମକର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ ।
୬- କଳକାରଖାନା, ହୋଟେଲ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ ।
୭- ଷ୍ଟେସନ, ବସଷ୍ଟାଣ୍ଡ, ବିମାନ ବନ୍ଦର ପାଇଁ ଗାଡ଼ିକୁ ପୁଲିସ ପାସ ଦରକାର ।
୮- ପୁଲିସ ପାସ ଦେଖାଇ ଟ୍ୟାକ୍ସି, ଅଟୋ, ଓଲା ଓ ଉବେର ଆଦି ଯାଇପାରିବେ ।
୯- ସଟଡାଉନ ଦିନ ବାହାଘର ଥିଲେ ପୁଲିସ ଠାରୁ ପାସ ନେବା ଜରୁରୀ ।
୧୦- ଟ୍ୱିନ ସିଟିରୁ ବାହାରକୁ ଯିବାକୁ ଚାହୁଁଥିଲେ ଘରୋଇ ଗାଡ଼ିକୁ ୧୦୦ରୁ ଅନୁମତି ଆଣିବାକୁ ପଡ଼ିବ ।
୧୧- ମାଲ ପରିବହନ କରୁଥିବା ଖାଲି ଓ ମାଲ ଭର୍ତ୍ତି ଗାଡ଼ି ପାଇଁ ପାସ ଅନାବଶ୍ୟକ
୧୨- ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏସଏମଏସ ବା ୧୦୦କୁ ଡାଏଲ କରି ପାସ ନେବେ ।
ଖୋଲା ରହିବ ପେଟ୍ରୋଲ ପମ୍ପ
ଶନିବାର ଓ ରବିବାର ସଟଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଟେଲିକମ, ମାଲ ପରିବହନ, କୃଷି ସମ୍ପର୍କିତ କାର୍ଯ୍ୟ ଚାଲୁ ରହିବ । ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ । କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହେବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, କରୋନା ମୁକାବିଲା ନେଇ ଗତ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ, ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ କରିବାକୁ ଘୋଷଣା କରାଯାଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ୨ ଦିନ କୌଣସି ଅଫିସ ସହ ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ