ବାଇକ ଦୁର୍ଘଟଣାରେ ଯୁବକ ଆହତ

ବୁଗୁଡା,(ଅନିଲ ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ନିକଟରେ ଏକ ବାଇକ ଦୁର୍ଘଟଣାରେ ଶଙ୍କୁରୁ ଗ୍ରାମର ଦୁଇ ଯୁବକ ଆହତ ହୋଇଥିବା ଜଣା ପଡ଼ିଛି। ଶଙ୍କୁରୁ ଗ୍ରାମର ବିଦ୍ୟାଧର ସାମଲ(୪୦) ଓ ଅମୂଲ୍ୟ ବିଷୋୟୀ (୩୪) ନିଜ ଗ୍ରାମରୁ ବାହାରି କେଉଁଠିକୁ ଯାଇ ବୁଗୁଡା ଯିବାକୁ ଫେରୁଥିବା ବେଳେ ମାଣିତରା ପୂର୍ବରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମାଣିତରା ଗ୍ରାମଲୋକେ ଖବର ଦେବାପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଆସି ଆହତ ଦୁଇଜଣଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବିଦ୍ୟାଧରଙ୍କ ମୁହଁରେ ଭୀଷଣ ଆଘାତ ଲାଗିଥିବା ବେଳେ ଅମୂଲ୍ୟ ମଧ୍ୟ ଆହତ ହୋଇଛନ୍ତି। ଉଭୟେ ବୁଗୁଡ଼ାରେ ଚିକିତ୍ସା ହେଉଥିବା ବେଳେ ଅବସ୍ଥା ସ୍ଥିର ଥିବା ଡାକ୍ତର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ