ମୋଦୀ ସରକାରଙ୍କ ସଫଳତା ଉପରେ ଗଜପତିରେ ଭାଜପାର ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)-କେନ୍ଦ୍ରରେ ମୋଦୀ ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ପୁରଣ ହେବା ପରେ ଜିଲ୍ଲା ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନୀ ମାଧ୍ୟମରେ ସରକାରଙ୍କ ବିଭିନ୍ନ ସଫଳତା ବିଷୟରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମୀଳନୀରେ ପାରଳା ବିଧାୟକ କେ.ନାରାୟଣ ରାଓ ଏବଂ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ଯୋଗ ଦେଇ ମୋଦୀ ସରକାର ଓଡିଶା ପାଇଁ କିପରି ସହେଯାଗ କରିଛନ୍ତି ସେ ବିଷୟରେ ପ୍ରକାଶ କରି କହିଥିଲେ,ଫନି ବାତ୍ୟା ସମୟରେ ଓଡିଶାକୁ ୩୪୧ କୋଟି ଅଗ୍ରୀମ ଭାବେ ଦେଇଥିବା ବେଳେ ଅମ୍ଫାନ ବାତ୍ୟା ସମୟରେ ପ୍ରଧାନମନ୍ତ୍ରୀ କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲିବା ସହ ୫୦୦ କୋଟି ଟଙ୍କାର ପ୍ୟାକେଜ ଦେଇଥିଲେ । ସେହିପରି ଓଡିଶାର କୋଣାର୍କକୁ ସୂର୍ଯ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ସୋଲାର ପ୍ରକଳ୍ପ ବାବଦରେ ୨୫କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କରୋନା ମୁକାବିଲା ପାଇଁ ମଧ୍ୟ ବିଭିନ୍ନ ଯୋଜନାରେ ଓଡିଶାକୁ ମୋଦୀ ସରକାର ସହାୟତାର ହାତ ବଢାଇଛନ୍ତି । ଓଡିଶାର ୯୩ଲକ୍ଷ ପରିବାରକୁ ଏକ କିଲୋ ଡାଲି ହିସାବରେ ୩ମାସ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି । ଏହିପରି ମୋଦୀ ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ବିଭିନ୍ନ ସଫଳତା ବିଷୟରେ କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ