ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ

ଯୁଗାଦ୍ଦ ନ୍ୟୁଜ-ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂ ଫଳାଫଳ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏପ୍ରିଲ ୧୧ ତାରିଖ ଠାରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ମେ ୨୩ ତାରିଖରେ ପ୍ରକାଶ ପାଇବ । ୫୪୩ଟି ଲୋକସଭା ଆସନ ମଧ୍ୟରୁ ୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟରେ ୯୧ଟି ଆସନ, ଦ୍ୱିତୀୟ ପର୍ଯ୍ୟାୟ ୧୮ ଏପ୍ରିଲରେ ୯୭ଟି ଆସନ, ତୃତୀୟ ପର୍ଯ୍ୟାୟ ୨୩ ଏପ୍ରିଲରେ ୧୧୫ଟି ଆସନ, ଚତୁର୍ଥ ପର୍ଯ୍ୟାୟ ୨୯ ଏପ୍ରିଲରେ ୭୧ଟି ଆସନ, ପଂଚମ ପର୍ଯ୍ୟାୟ ମେ ୬ରେ ୫୧ଟି ଆସନ, ଷଷ୍ଠ ପର୍ଯ୍ୟାୟ ମେ ୧୨ ତାରିଖ ୫୯ଟି ଆସନ ଏବଂ ଶେଷ ତଥା ସପ୍ତମ ପର୍ଯ୍ୟାୟ ଅର୍ଥାତ ମେ ୧୯ ତାରିଖରେ ୫୯ଟି ଆସନ ପାଇଁ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୫ ତାରିଖ ରଖାଯାଇଥିବା ବେଳେ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଂଚ କରାଯିବ । ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୮ ମାର୍ଚ୍ଚ ରଖାଯାଇଛି । ଏପ୍ରିଲ୧୧ ତାରିଖ ଠାରୁ ମତଦାନ ଆରମ୍ଭ ହେବ । ମତଦାନ ପାଇଁ ବହୁସଂଖ୍ୟାରେ ମତଦାତା ଆଗେଇ ଆସିବା ଏବଂ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲାଗି ନିର୍ବାଚନ ଆୟୋଗ ଆହ୍ୱାନ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୫୧ଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ଟି, ତୃତୀୟ ପର୍ଯ୍ୟାୟରେ ୧୪ଟି ରାଜ୍ୟର ୧୧୫ଟି, ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି, ପଂଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଏବଂ ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହେବ ।
ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗରେ ଅନୁଷ୍ଠିତ ହେବ । ଏପ୍ରିଲ ୧୧ରେ ୪ଟି, ଏପ୍ରିଲ ୧୮ରେ ୫ଟି, ଏପ୍ରିଲ ୨୩ରେ ୬ଟି ଏବଂ ଏପ୍ରିଲ ୨୯ରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ