ହଳଦିଆପଦର ବସ୍ ଟର୍ମିନାଲରେ ପ୍ରବାସୀଙ୍କ ରାସ୍ତାରୋକ

ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ଉପକଣ୍ଠସ୍ଥ ହଳଦିଆପଦର ବସ୍ ଟର୍ମିନାଲ୍ ନିକଟରେ ଆଜି ଶହ ଶହ ପ୍ରବାସୀ ଠୁଳ ହୋଇଥିଲେ । ସେଠାରୁ ସେମାନଙ୍କୁ ବସ୍ ଯୋଗେ ବିଭିନ୍ନ ଜିଲ୍ଲାର କ୍ୱାରେଂଟାଇନ ସେଂଟରକୁ ପଠାଯିବାର ଥିଲା. କିନ୍ତୁ, ପ୍ରଶାସନର ଢ଼ିଲା ପଣ ଯୋଗୁଁ ଏହି ପ୍ରବାସୀ ଓଡ଼ିଆ ମାନେ ଦୀର୍ଘ ସମୟ ଧରି ପରିବାର ପିଲା ଛୁଆଙ୍କୁ ଧରି ସେଠାରେ ବସ୍ କୁ ଅପେକ୍ଷା କରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବସ୍ ଯୋଗେ ପଠାଇବା କିମ୍ବା ସେମାନଙ୍କ ନିମନ୍ତେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇନଥିଲା । ଯାହାକୁ ନେଇ ପ୍ରବାସୀ ମାନେ ଉତକ୍ଷିପ୍ତ ହୋଇ ବସ୍ ଟର୍ମିନାଲ୍ ନିକଟରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଏ ସମ୍ପର୍କରେ ବ୍ରହ୍ମପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଅବରୋଧକାରୀଙ୍କୁ ବୁଝାସୁଝା କରିବା ସହ ଏନେଇ ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଆଲୋଚନା କରିଥିଲା । ଏହାପରେ ରାସ୍ତାରୋକ ହଟିଥିଲା । ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ପ୍ରବାସୀ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ