ଖୁସିଙ୍କ ଗ୍ରସ୍ତକୁ ନେଇ କେନ୍ଦ୍ରାପଡା ବିଜେଡିର ଚର୍ଚ୍ଚା :ବିରୋଧୀ ଚିନ୍ତିତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଖୁସିଙ୍କ ଗ୍ରସ୍ତକୁ ନେଇ କେନ୍ଦ୍ରାପଡା ବିଜେଡିର ଚର୍ଚ୍ଚା ଜୋର ଧରିଛି । କରୋନା ମହାମାରୀରେ କେହି ନେତା କେନ୍ଦ୍ରାପଡାକୁ ଆସୁନଥିବା ବେଳେ ଖୁସିତାଙ୍କ ଭିଟାମାଟିକୁ ଆସି ଲୋକଙ୍କ ସହିତ ମିଶି ସେମାନଙ୍କ ସୁଖଦୁଃଖରେ ଭାଗିଦାର ହେଉଥିବା ବେଳେ ଏସବୁକୁ ନେଇ ବିଜେଡି କୁଜିନେତାଙ୍କ ମଧ୍ୟରେ ଭାଳେଣି ପଡିଛି । ଏଭଳି ଅସମୟରେ ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସୁଖଦୁଃଖରେ ନିଜକୁ ସାମିଲ କରାଇ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ବୁଝି ସାହାଯ୍ୟର ହାତ ବଢାଇବା ବଡ କଥା । କିନ୍ତୁ କେନ୍ଦ୍ରାପଡା ରାଜନୀତିରେ ଏସବୁ କୁଜି ନେତାଙ୍କ ହଜମ ହେଉନଥିବା ଦେଖିବାକୁ ମିଳିଛି । ଏଠି ଲୋକଙ୍କ ଭଲ କଲେ କେବଳ ନିନ୍ଦା ଶୁଣିବାକୁ ପଡିଥାଏ । ସେସବୁକୁ ଧ୍ୟାନ ନଦେଇ ଖୁସି କେବଳ ତାଙ୍କର କର୍ତ୍ତବ୍ୟ କରୁଛନ୍ତି । ନିନ୍ଦା ବା ଅପବାଦକୁ ଖାତିର ନକରି କରୋନା ମହାମାରୀର ସଂକ୍ରମଣ ଭୟକୁ ଖାତିର ନକରି ସେ ବାରମ୍ବାର ନିଜର ଭିଟାମାଟିକୁ ଧାଇଁ ଆସୁଥିବା ଦେଖିବାକୁ ମିଳୁଛି । ଦଳର ସଂଗଠନ ରକ୍ଷା ସହିତ ନିଜ ଭିଟାମାଟିର ଗରୀବ ଓ ଅସହାୟ ଲୋକମାନଙ୍କୁ ସର୍ବଦା ସାହାଯ୍ୟ ଓ ସହଯୋଗର ହାତ ବଢାଉଥିବା ଯେମିତି ଖୁସିର ମନକୁ ଆନନ୍ଦ ଦେଉଥିବା ଦେଖାଯାଇଛି । କେନ୍ଦ୍ରାପଡା ମାଟିର ଲୋକମାନଙ୍କ ଭଲମନ୍ଦ ବୁଝିବା ଓ ଅସମୟରେ ସେମାନଙ୍କ ପାଖରେ ଛିଡା ହୋଇ ସହଯୋଗର ହାତ ବଢାଇବା ଖୁସିଙ୍କ ଭଳି ଲୋକ କୋଚିତ ଦେଖିବାକୁ ମିଳନ୍ତି । ଉପରେ ଭଲ କଥା କହି ଭିତରେ ଚେର କାଟିବା ଭଳି ଏଠାରେ ବହୁ ଲୋକ ଅଛନ୍ତି । ଯେଉଁମାନେ ଲୋକଙ୍କ ସହିତ ନଥାଇ ମଧ୍ୟ ଉପରେ କେବଳ ଲୋକଙ୍କ ସହିତ ଥିବାର ଅଭିନୟ କରି ନେତାଙ୍କୁ ଦେଖାଇ ହୁଅନ୍ତି । ସେମାନଙ୍କୁ ନେଇ ଦଳ ଓ ସଂଗଠନ ଏଠାରେ ଭୁଷୁଡି ପଡିବାର ସମ୍ଭାବନା ଦେଖାଦେଇଥିବା ବେଳେ ଖୁସିଙ୍କ ଭଳି ଯୁବସଂଗଠକଙ୍କ ଯୋଗୁଁ ଅତିତରେ ଦଳ ଓ ସଂଗଠନ ବଂଚିରହିଥିବା ବେଳେ ଏବେବି ଖୁସିଙ୍କୁ ଛାଡି ଏଠାରେ ଦଳର ସଂଗଠନ ଆଗକୁ ବଢିବା ଦେଖାଯାଉନି । ଆଗକୁ ପୈାର ନିର୍ବାଚନ ଥିବା ବେଳେ କୁଜିନେତାଙ୍କ ମନ ଭିତରେ ଏହାକୁ ନେଇ ଚିନ୍ତା ଘେରିଥିବା ଦେଖାଯାଇଛି । ଏଠାରେ ଗରୀବ, ଅସହାୟ ଓ ଦୁସ୍ଥ ଲୋକମାନେ ଭଗବାନଙ୍କୁ ଖୁସିଙ୍କ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଥିବା ଦେଖାଯାଇଛି । ମହାମାରୀ କରୋନାକୁ କଂଟ୍ରୋଲ କରିବେ ନା ପୈାର ନିର୍ବାଚନକୁ କଂଟ୍ରୋଲ କରିବେ ତାହା ଆଗାମି ସମୟ କହିବ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ