ଅଧ୍ୟାପକ ଦୀପକ ଓଝାଙ୍କୁ “ତୁଳସୀ କ୍ଷେତ୍ର ସମ୍ମାନ’
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲାର ବାଘିଲୋ ବାବନପୁର ଗ୍ରାମର ଅଧ୍ୟାପକ ଦୀପକ କୁମାର ଓଝାଙ୍କୁ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଭକ୍ତ ଦାସିଆ ସେବା ସଂଗଠନ ପକ୍ଷରୁ ଇଛାପୁର ରଥଦାଣ୍ଡରେ ଆୟୋଜିତ ସ୍ନାନଯାତ୍ରା ମହୋତ୍ସବରେ “ତୁଳସୀ କ୍ଷେତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ଯୋଗଦେଇ ଅଧ୍ୟାପକ ଶ୍ରୀ ଓଝାଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ତୁଳସୀ କ୍ଷେତ୍ରକୁ ନିଜର କର୍ମ ଦ୍ୱାରା ଗୌରବାନ୍ୱିତ କରିବା ପାଇଁ ତାଙ୍କ ଉଦ୍ୟମ ଜାରି ରଖିବେ ବୋଲି ଅଧ୍ୟାପକ ଶ୍ରୀ ଓଝା କହିଛନ୍ତି। ଶ୍ରୀ ଓଝା ଏକାଧାରରେ ଜଣେ ଅଧ୍ୟାପକ, କବି, ଲେଖକ ଓ ପ୍ରକୃତିପ୍ରେମି ମଣିଷ। ସମୃଦ୍ଧ ଭାରତ ନିର୍ମାଣରେ ଯୁବପିଢିଙ୍କ ଭୂମିକା, ସମସ୍ତ ଭାରତୀୟ ମାନଙ୍କ ଭୂମିକା ଓ ଦେଶପ୍ରେମ ତାଙ୍କ କବିତାକୁ ଚରିତାର୍ଥ କରିଥାଏ।


