ବେଆଇନ ବାଲି ଚାଲାଣ ବେଳେ ତିନି ଟ୍ରାକ୍ଟର ଜବତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ଅଞ୍ଚଳରେ ଦିନକୁ ଦିନ ବେଆଇନ ବାଲି ଚାଲାଣ ବଢ଼ିବାରେ ଲାଗିଥିବା ବେଳେ ପୋଲିସର ନଜର ବାଲି ମାଫିଆ ମାନଙ୍କ ଉପରେ ରହିଛି ।ଆଜି ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ନୁଆଗାଁ ବୋଡାନଦୀ ଠାରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଚଢ଼ାଉ କରି ତିନୋଟି ବାଲି ଭର୍ତ୍ତି ଟ୍ରାକ୍ଟର ଜବତ କରିବା ସହ ତିନି ଜଣକୁ ଗିରଫ କରିଥିବା ଜଣାପଡିଛି ।ଏ ନେଇ ୩ ଟି ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।ଗତ ପନ୍ଦର ଦିନ ଭିତରେ ବେଲଗୁଣ୍ଠା ପୋଲିସ ଦ୍ୱାରା ୫ ଟି ବେଆଇନ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଜବତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ