୧୪ ଜିଲ୍ଲାରୁ ୧୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଶନିବାର ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ଟି ଜିଲ୍ଲାରୁ ମୋଟ ୧୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୫୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୩ ଜଣ ଥିବା ଜଣାଯାଇଛି । ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଥିବା ରାଜ୍ୟ ସୂନନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୬୦୪ ହୋଇଥିବାବେଳେ ଆକ୍ଟିଭ କେସ ୧୧୬୭ ଓ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଆଜି ଚିହ୍ନଟ ୧୭୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ୧୯, କଟକ ଓ ମୟୂରଭଞ୍ଜରୁ ୧୩ ଲେଖାଏଁ, ବଲାଙ୍ଗୀର ଓ ବାଲେଶ୍ୱରରୁ ୧୧ ଲେଖାଏଁ, ଗଜପତିରୁ ୧୦, ନୂଆପଡ଼ା ୮, ନୟାଗଡ଼ ୭, ଭଦ୍ରକରୁ ୪ , କଳାହାଣ୍ଡି ୨, ପୁରୀ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ