କଳିଙ୍ଗା ଘାଟିରେ ବଡ଼ ପଣ୍ଡା ବସ ଦୁର୍ଘଟଣା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କନ୍ଧମାଳ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଗତକାଲି ବିଳମ୍ବିତ ରାତି ରେ ବଡ଼ ପଣ୍ଡା ବସ ଏକ ଟ୍ରକ ସହିତ ଦୁର୍ଘଟଣା ଘଟିଛି l ଯାହାଫଳରେ ବସରେ ବସିଥବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି l ଆହତ ଯାତ୍ରୀ ମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ରେ ପଠାଯାଇଛି l ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି l ସୂଚନାମୁତାବକ ବସ ଟି ବ୍ରହ୍ମପୁର ରୁ ଯାତ୍ରୀ ନେଇ ବଲାଙ୍ଗିର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟି ରେ ଟ୍ରକ କୁ ଧକ୍କା ଦେଇ ଦୁର୍ଘଟଣା ଘଟିଥିଲା l ଏହି ଦୁର୍ଘଟଣାର ଖବର ପାଇବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣା ର ତଦନ୍ତ କରୁଛି l


