ଟ୍ରାକ୍ଟର ଓଲଟି ଜଣେ ମୁତ,୪୦ ଆହାତ ୭ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାର ଗୋଷାଣୀ ଵ୍ଲକ୍ ରେ ଆଜି ଅପରାହ୍ନରେ ଏକ ଟ୍ରାକ୍ଟର ଓଲଟି ଜଣକ ମୄତ୍ୟୁ ଘଟିଥିବା ଵେଳେ ୪୦ଜଣ ଆହାତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭ଜଣକ ଅବସ୍ଥା ଗୁରୁତ ରହିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଆମ୍ବାଜିରି ଅଞ୍ଚଳରୁ ୪୦ଜଣରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏକ ଟ୍ରାକ୍ଟର ଯୋଗେ ଅନ୍ଧରଝୁଲା ଗ୍ରାମକୁ ଭୋଜିରେ ଯୋଗ ଦେବା ପାଇଁ ଆସିଥିଲେ । ଭୋଜି ଖାଇବା ପରେ ଫେରୁଥିବା ଵେଳେ ଟ୍ରାକ୍ଟରଟି ସୋର୍ଵ୍ରା ପଗାରାବନ୍ଧ ରାସ୍ତାର ଏକ ବୁଲାଣିଆ ରାସ୍ତାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ହଟାତ ଓଳଟି ପଡିଥିଲା । ଏଥିରେ ଘଟଣା ସ୍ଥଳରେ କୁଶୁମ ଶଵର ନାମକ ଜଣେ ମହିଳାଙ୍କ ମୄତ୍ୟୁ ଘଟିଥିବା ବେଳେ ୪୦ଜଣ ଆହାତ ହେଈଛନ୍ତି । ଏମାନଙ୍କ ମଧ୍ୟରୁ ୭ଜଣକ ଅବସ୍ଥା ଗଙରୁତର ରହିଛି । ଘଟଣ ସ୍ଥଳରୁ ଗୁରୁତର ୭ଜଣକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ଗରାବନ୍ଧ ଥାନାରେ ଏକ ମକଦମା ରୁଜୁ ହେବା ସହ ତଦନ୍ତ ଜାରି ରହିଛି ।