ପୁଲିସ ବିଭାଗରେ ଅଦଳ ବଦଳ

କଟକ: ରାଜ୍ୟ ପୁଲିସ ବିଭାଗରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପୁଲିସ ବିଭାଗରେ ୧୫ ଜଣ ଇନସ୍ପେକ୍ଟର ଏବଂ ୪୧ ଜଣ ଏସଆଇଙ୍କ ବଦଳି ହୋଇଛି । ସେହିପରି ୫ ଜଣ ଏସଆଇଙ୍କୁ ଇନସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ୨ ଜଣ ଏଏସଆଇଙ୍କ ବଦଳି କରାଯାଇଥିବା ସୂଚନା ମିଳିଛି । ଇନସ୍ପେକ୍ଟର ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ଗଞ୍ଜାମ, ଜୟଦେବ ବିଶ୍ୱଜିତଙ୍କୁ କଟକ ରେଳବାଇ, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପୁରୀ, ଶରତ ସାହୁଙ୍କୁ କମିସନରେଟ ପୁଲିସ, ଯୁବରାଜ ସ୍ୱାଇଁଙ୍କୁ କମିସନରେଟ ପୁଲିସ, ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼, ନିବେଦିତା ଦାସଙ୍କୁ କଟକ ରେଳବାଇ, ଆଲୋକ କୁମାର ଜେନତାଙ୍କୁ ଭଦ୍ରକ, ସୁମନ୍ତ କିଶାନଙ୍କୁ କେନ୍ଦ୍ରାପଡ଼ା, ଗୌରାଙ୍ଗ ଚରଣ ସାହୁଙ୍କୁ ଭଦ୍ରକ, ରାମ କୁମାର ମୁର୍ମୁଙ୍କୁ ବ୍ରହ୍ମପୁର, ଭରତ ଚନ୍ଦ୍ର ସାହୁଙ୍କୁ କମିସନରେଟ ପୁଲିସ, ସୁଶାନ୍ତ କୁମାର ମିଶ୍ରଙ୍କୁ ଭଦ୍ରକ, ଭାଲେଣ୍ଟିନା ରାୟଙ୍କୁ ଭଦ୍ରକ, ଅକ୍ଷୟ କୁମାର ନାୟକଙ୍କୁ ବ୍ରହ୍ମପୁର ବଦଳି କରାଯାଇଛି । ଏସଆଇରୁ ଇନସ୍ପେକ୍ଟର ପଦୋନ୍ନତି ପାଇଥିବା ଅଫିସର ହେଉଛନ୍ତି ଚମ୍ପାବତ୍ତି ପଟ୍ଟା, ଦୁର୍ଗା ଚରଣ ପ୍ରଧାନ, ଚାରୁବାଳା ନନ୍ଦ, ରିନାରାଣୀ ସାହୁ, ରଞ୍ଜନ କୁମାର ମାଝି । ପଦୋନ୍ନତି ବୋର୍ଡ ବୈଠକରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ