ନାଇକାନାଳୀରେ ସଡକ ଦୁର୍ଘଟଣା , ୩ମୃତ ଓ ୨ ଆହାତ
ଅନୁଗୁଳ (ଯୁଗାବ୍ଦ ନ୍ୟୁଜ) ଅନୁଗୁଳ ଜିଲ୍ଲାରେ ଏକ ସଡକ ଦୁର୍ଘଟଣା ଘଟିଛି । ଆଜି ଭୋର ସମୟରେ ସାମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ନାଇକାନାଳୀ ଠାରେ ଏକ୍ ଟ୍ରକ-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଭାଈଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ସୁଚନାଯୋଗ୍ୟ, ମୃତକମାନେ ହେଲେ ଭୁପେଶ ସାହୁ, ଧନୁର୍ଜୟ ନାୟକ ଓ କ୍ରିଷ୍ଣା କୁମାର ସାହୁ । ଆହାତ ମାନଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅବସ୍ଥାଗୁରୁତରହେବାରୁ କଟକକୁ ପଠାଯାଇଛି।