ଗଜପତି ଆଇନସେବା ପ୍ରାଧିକରଣ ଦ୍ୱାରା ହେଲ୍ପ ଡେସ୍କର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଦୈରାଜଜ୍ କୋର୍ଟ ପରିସରରେ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରବାସୀ ଶ୍ରମିକ ଅର୍ଥାଭାବୀ ଶ୍ରମିକ ଓ ଅସହାୟ ମାନଙ୍କ ପାଇଁ ଏକ ହେଲ୍ପ ଡେସ୍କର ଶୁଭାରମ୍ଭ ହୋଇଛି । ଏହି ହେଲ୍ପ ଡେସ୍କର ଶୁଭାରମ୍ଭ ଜିଲ୍ଲା ଦୈାରାଜଜ୍ ବିଶ୍ୱଜିତ ଦାସ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ହେଲ୍ପପ ଡେସ୍କର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ବ୍ୟାମକେଶ ନୟକ ସୂଚନା ଦେଇ କହିଥିଲେ ଯେ ଏହି ହେଲ୍ପ ଡେସ୍କ ଓଡିଶା ଆଇନସେବା ପ୍ରଧିକରଣର ଗାଇଡଲାଇନ ପ୍ରକାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗଠନ ହୋଇଛି । ମୁଖ୍ୟତଃ ପ୍ରବାସୀ ଶ୍ରମିକ ଏବଂ ଓଡିଶା ରାଜ୍ୟ ବାହାରେ କାମ କରୁଥିବା ଗରୀବ ଶ୍ରେଣୀର ଲୋକମାନଙ୍କର ଆଇନଗତ ସମସ୍ୟା ପାଇଁ ଏହି ହେଲ୍ପ ଡେସ୍କ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ସେହି ସମସ୍ତ ସୁବିଧା ହିତାଧିକାରୀମାନଙ୍କୁ ହାତପାନ୍ତାରେ ଯୋଗାଇଦେବାକୁ ଏହି ହେଲ୍ପ ଡେସ୍କ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟ ରେଜିଷ୍ଟାର ଶୁଭଶ୍ରୀ ପ୍ରଧାନ, ଜେ.ଏମ୍.ଏଫ୍.ସି. ବନିଲ କୁମାର ଖଟେଇ, ଅଙ୍କିତା ଗୁରୁ, ପ୍ରବେଶନରୀ ମାଜିଷ୍ଟ୍ରେଟ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ଏସ୍.ଡି.ପି.ଓ. ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ବହୁ ବରିଷ୍ଠ ଆଇନଜିବୀ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣର ରଘୁନନ୍ଦନ ଦାସ ଓ କାହ୍ନୁଚରଣ ପଣ୍ଡା ସହଯୋଗ କରିଥିଲେ ।


